ରାଜ୍ୟ କ୍ୟାବିନେଟ ବୈଠକରେ ୧୭ ପ୍ରସ୍ତାବରେ ବାଜିଲା ମୋହର; ସଂପ୍ରସାରିତ ହେବ ମିଲେଟ ମିଶନ

0
223
odisha-cabinet-approve-17 proposals

ଭୁବନେଶ୍ୱର: ୧୭ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ମୋଟ ୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଛି। ସଂପ୍ରସାରିତ ହେବ ମିଲେଟ ମିଶନ। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ। ୪ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ହେବ। ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଛି ।

ଏଥିରେ ପଂଚାୟତିରାଜ ବିଭାଗର ୩ଟି ପାନୀୟ ଜଳ ଯୋଗାଣ ଟେଣ୍ଡରକୁ ଚୂଡ଼ାନ୍ତ ମଞ୍ଜୁରୀ ରାଜ୍ୟ କ୍ୟାବିନେଟ୍ ଦେଇଛନ୍ତି । ଏଥିରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଓ କଙ୍କଡ଼ାହାଡ଼ ସମେତ ମୋଟ ୪ଟି ବ୍ଲକର ୭୧ଟି ପଂଚାୟତର ୨୭୧ଟି ଗାଁରେ ବାସ କରୁଥିବା ୩ଲକ୍ଷ ୨୨ହଜାର ୨୦୪ଜଣ ଲୋକ ଉପକୃତ ହେବେ । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ମୋଟ ୫୦୧ କୋଟି ୮୫ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡର କୋହ୍ଲାପୁରସ୍ଥିତ ମେସର୍ସ ଲକ୍ଷ୍ମୀ ସିଭିଲ ଇଞ୍ଜିନିୟରିଂ ସର୍ଭିସ୍ ପ୍ରାଃ ଟେଣ୍ଡର ନେଇଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକୁ ୨୪ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।

ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ବାଲେଶ୍ୱର ଜିଲ୍ଲାର ୩ଟି ବ୍ଲକ ରେମୁଣା, ଖଇରା ଓ ବାଲେଶ୍ୱର ବ୍ଲକ ଅନ୍ତର୍ଗତ ମୋଟ ୪୧ଟି ପଂଚାୟତର ୩୦୧ଟି ଗାଁର ୨ଲକ୍ଷ ୬୨ହଜାର ୯୩ଜଣ ଲୋକଙ୍କୁ ନିରାପଦ ପାନୀୟ ଜଳ ଯୋଗାଣ ନିମନ୍ତେ ୨୯୧.୬୨କୋଟି ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି ଟେଣ୍ଡର କାର୍ଯ୍ୟ ହାଇଦ୍ରାବାଦସ୍ଥିତ ମେର୍ସସ ଏନସିସି ଲିଃ ନେଇଛନ୍ତି । ୨୪ମାସ ମଧ୍ୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ ହୋଇଛି । କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ଓ୍ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି ।

Also Read  ବିଳମ୍ବିତ ରାତିରେ ବ୍ୟବସାୟୀଙ୍କୁ ବିଭତ୍ସ ହତ୍ୟା : ମାରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

LEAVE A REPLY

Please enter your comment!
Please enter your name here