ରାଷ୍ଟ୍ରପତି ନିର୍ବାଚନ: ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ରାଜ୍ୟ କଂଗ୍ରେସ

0
317
odisha-congress-will-not-support-nda-presidential-candidate-draupadi-murmu

ଭୁବନେଶ୍ବର: ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯାଇଛି । ଯାହାକୁ ବିଜେଡି ସମର୍ଥନ କରିଛି । ମାତ୍ର ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ନାହିଁ ରାଜ୍ୟ କଂଗ୍ରେସ । ଓଡ଼ିଶା କଂଗ୍ରେସ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବନି କିମ୍ବା ସମର୍ଥନ କରିବନି ବୋଲି ସ୍ପଷ୍ଟ କରିଛନ୍ତି ଓଡ଼ିଶା କଂଗ୍ରେସ ଦଳ ବିଧାୟକ ନେତା ନରସିଂହ ମିଶ୍ର। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବାର ପ୍ରାୟ ୪୮ ଘଣ୍ଟା ପରେ ଆଜି ରାଜ୍ୟ କଂଗ୍ରେସ ଆଭିମୁଖ୍ୟ ସ୍ପଷ୍ଟ କରିଛି।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି କି, ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ ଏବଂ ଭଲ ବିଧାୟିକା ମଧ୍ୟ ଥିଲେ । ମୋ ସହିତ ତାଙ୍କର ସମ୍ପର୍କ ବହୁତ ଭଲ ଏବଂ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣେ । କିନ୍ତୁ ଯେହେତୁ ସେ ବିଜେପିର ନୀତି ଆଦର୍ଶରେ ପରିଚାଳିତ ହେଉଛନ୍ତି, ତେଣୁ ତାଙ୍କୁ ରାଜ୍ୟ କଂଗ୍ରେସ ସମର୍ଥନ କରିବ ନାହିଁ। ତାଙ୍କୁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିରୋଧି ଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି, ତେଣୁ ଯାହାଙ୍କୁ ପ୍ରାର୍ଥି କରାଯାଇଛି ତାଙ୍କୁ ପଛରେ ପକାଇ ଦୌପଦୀଙ୍କୁ ସମର୍ଥନ କରିବା ଉଚିିତ୍‌ ହେବ ନାହିଁ।

Also Read  Rain to continue for another 6 days