ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କଲେ ଦ୍ରୌପଦୀ ମୁର୍ମୁ

0
420
draupadi-murmu-meet-pm-narendra-modi-and-amit-shah

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଆଜି ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦୌପଦୀ ମୁର୍ମୁ ଭେଟିଥିବା ନେଇ ଜଣାଯାଇଛି । ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସମାଜର ବିକାଶ ପାଇଁ ତାଙ୍କର ଅବଦାନକୁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଶଂସା କରିଥିବା ଜଣାଯାଇଛି । ଏନେଇ ଉଭୟଙ୍କ ଭେଟଘାଟର ଫଟୋ ପ୍ରଧାନମନମନ୍ତ୍ରୀ ମୋଦି ଟ୍ୱିଟ କରିଛନ୍ତି। ମୋଦି ଲେଖିଛନ୍ତି ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱକୁ ସମଗ୍ର ଦେଶରେ ସମର୍ଥନ ମିଳୁଛି।

ସମାଜର ସମସ୍ତ ବର୍ଗରୁ ଦ୍ରୌପଦୀଙ୍କୁ ବିପୁଳ ସମର୍ଥନ ମିଳୁଛି। ସମାଜର ତ୍ରୁଣମୂଳସ୍ତରରେ ସମସ୍ୟାକୁ ସେ ସଠିକ୍ ଭାବେ ହୃଦୟଙ୍ଗମ କରିଥିବା ମୁର୍ମୁଙ୍କର ଦେଶର ଉନ୍ନତି ପାଇଁ ତାଙ୍କର ଦୂରଦୃଷ୍ଟି ବେଶ ମହତ୍ୱପୂର୍ଣ୍ଣ । ସେହିପରି ଦ୍ରୌପଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଛନ୍ତି। ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରାଯିବାକୁ ଥିବାବେଳେ ଏହା ପୂର୍ବରୁ ଅନ୍ୟ ବରିଷ୍ଠ ନେତାଙ୍କୁ ସାକ୍ଷାତ୍ କରି ପାରନ୍ତି ଦ୍ରୌପଦୀ ମୁର୍ମୁ ।

Also Read  MP Budget outlay increases 15 pc to Rs 4.21 lakh crore, no new taxes