କଟକ: ବର୍ଷା-ଅନୁଭବ ପାରିବାରିକ ବିବାଦ ପ୍ରସଙ୍ଗରେ ସୋସିଆଲ ମିଡିଆରେ ଉଭୟ ଦେଉଥିବା ମନ୍ତବ୍ୟକୁ ନେଇ ତାଗିଦ କଲେ ମାନ୍ୟବର ହାଇକୋର୍ଟ । କେହି କାହା ବିରୋଧରେ ମନ୍ତବ୍ୟ ନଦେବାକୁ ଉଭୟଙ୍କୁ ତାଗିଦ କଲେ ହାଇକୋର୍ଟ । ଆଗକୁ ଆଉ କୌଣସି ଭିଡିଓ ପୋଷ୍ଟ ନକରିବାକୁ ଅନୁଭବଙ୍କୁ ତାଗିଦ କଲେ ହାଇକୋର୍ଟ । ଜୁଲାଇ ୪ ତାରିଖ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି | କହିରଖିବା ଉଚିତ ହେବକି ସୋସିଆଲ ମିଡିଆରେ ଅନୁଭବଙ୍କ ଭିଡିଓ ପୋଷ୍ଟକୁ ନେଇ ହାଇକୋର୍ଟ ଯାଇଥିଲେ ବର୍ଷା ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ରେ ହେବ । ତେବେ ଆଜି ଶୁଣାଣି ପୂର୍ବରୁ ହିଁ ଅନୁଭବ ଆଉ ଏକ ଭିଡ଼ିଓ ପୋଷ୍ଟ କରିଥିଲେ । ପୂର୍ବରୁ ୩ଟି ଭିଡ଼ିଓ ପୋଷ୍ଟ କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ଅନୁଭବ ।
ସୂଚନା ଥାଉକି, ସୋସିଆଲ ମିଡିଆରେ ସମ୍ମାନ ହାନୀ ହେଉଥିବା ନେଇ ଆପତ୍ତି ଉଠାଇଥିଲେ ବର୍ଷା । ଆପତ୍ତିଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଆବେଦନ କରିଥିଲେ ବର୍ଷା । ଗତ କିଛି ଦିନ ତଳେ ପୁରିଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗ କରିଥିଲେ ।