ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି, ରାଜ୍ୟର ୩ ଆସନ ପାଇଁଁ ହେବ ନାମାଙ୍କନ

0
187
official-notification-to-release-today for rajya-sabha-elections

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ରାଜ୍ୟର ୩ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ପ୍ରକ୍ରିୟା ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେବ। ମେ ୩୧ ତାରିଖ ଯାଏ ଚାଲିବ ନାମାଙ୍କନ ଦାଖଲ। ବିଜେଡିରୁ କିଏ ପ୍ରାର୍ଥୀ ହେବେ ସେନେଇ ଦଳ ସୁପ୍ରିମୋ ସଠିକ ସମୟରେ ନିଷ୍ପତ୍ତି ନେବେ । ସଠିକ ସମୟରେ ପ୍ରାର୍ଥୀ ଚୟନ ସହ ନାମାଙ୍କନ ଭରିବେ ।

ଆସନ୍ତା ଜୁଲାଇ ୧ ତାରିଖରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି ।ଏହି ୩ ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ଭୋଟ ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ, ସଠିକ ସମୟରେ ପ୍ରାର୍ଥୀ ଚୟନ ହେବା ସହ ନାମାଙ୍କନ ଭରିବେ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପ୍ରାର୍ଥୀ ଚୟନ କ୍ଷମତା ରହିଛି । ପୂର୍ବରୁ ସଠିକ ସମୟରେ ନେଇଛନ୍ତି ।

ରାଜ୍ୟସଭା ରେସ୍‌ରେ ମହିଳାଙ୍କୁ ମିଳିପାରେ ଗୁରୁତ୍ୱ । ସବୁ ନିର୍ବାଚନରେ ବିଜେଡି ମହିଳାଙ୍କୁ ଗୁରୁତ୍ୱ ଦେଇଆସିଛି । ବିଜେଡିର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍‌. ଭାସ୍କର ରାଓ ଓ ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି। ଜୁନ୍‌ ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଜୁନ୍‌ ୩ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ଜୁନ ୧୦ରେ ହେବ ନିର୍ବାଚନ ।

Also Read  ରାଜ୍ୟରେ କମୁଛି କରୋନା ସଂକ୍ରମଣ : ୮ ହଜାର ୮୪୫ ଆକ୍ରାନ୍ତ

LEAVE A REPLY

Please enter your comment!
Please enter your name here