ଏହି ସବୁ ଘାତକ ତଥା ଭୟଙ୍କର ରୋଗରୁ ଦୂରେଇ ରହିବା ପାଇଁ ଖାଆନ୍ତୁ ଭେଣ୍ଡି….

0
199
eat-this-vegetable-to-get-rid-of-all-these-deadly-and-deadly-diseases

ଭେଣ୍ଡି ଏକ ଲାଳଯୁକ୍ତ ପରିବା ହୋଇଥିବା ଯୋଗୁଁ ଏହାକୁ ଖାଇବାକୁ କିଛି ଲୋକ ନାପସନ୍ଦ କରୁଥିବାବେଳେ ଏହାକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଥାନ୍ତି । ଆପଣ ଏହା ଜାଣି ନଥିବେ କି, ଭେଣ୍ଡି ଏପରି ଏକ ପରିବା, ଯାହା ଆପଣଙ୍କୁ କିଛି ଘାତକ ତଥା ଭୟଙ୍କର ରୋଗରୁ ଦୂରେଇ ରଖିବ । ଖରାଦିନେ ଭେଣ୍ଡି ଖାଇବା ଦ୍ୱାରା ଶରୀରର ଇମ୍ୟୁନିଟି ସିଷ୍ଟମ ଦୃଢ ହେବା ସହ ବିଭିନ୍ନ ପ୍ରକାର ରୋଗର ସଂକ୍ରମଣରୁ ରକ୍ଷା ମିଳିଥାଏ ।

ଭେଣ୍ଡିରେ ଭିଟାମିନ୍-ଏ, ବିଟା କାରୋଟିନ୍, ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଥାଏ । ଏହିସବୁ ଉପାଦନ ଆମର ଆଖିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

ଶରୀରରେ ହାଇକୋଲେଷ୍ଟ୍ରଲ ମାତ୍ରା ବୃଦ୍ଧି ହେଲେ ତାହା ହୃଦରୋଗକୁ ନିମନ୍ତ୍ରଣ କରୁଥିବା ଆପଣ ଭଲଭାବେ ଜାଣିଥିବେ । ହେଲେ ଭେଣ୍ଡିରେ ମ୍ୟୁସିଲେଜ୍ ନାମକ ଏକ ଗାଢ ଜେଲ ପରି ପଦାର୍ଥ ଯାହାକି ପାଚନ ସମୟରେ କୋଲେଷ୍ଟ୍ରଲର ମାତ୍ରାକୁ କମ୍ କରିଥାଏ ।

ଭେଣ୍ଡିରେ ଲାକ୍ଟିନ୍ ନାମକ ଏକ ପ୍ରକାର ପ୍ରୋଟିନ୍ ରହିଥାଏ । ଯାହାକୁ ମଣିଷର କ୍ୟାନସର ସେଲ ବୃଦ୍ଧିକୁ ରୋକିଥାଏ । ଲାକ୍ଟିନ୍ କ୍ୟାନ୍ସର କୋଷିକାର ବୃଦ୍ଧିକୁ ୬୩ ପ୍ରତିଶତ ରୋକିପାରେ । ଫଳରେ ମହିଳାଙ୍କଠାରେ ବ୍ରେଷ୍ଟ କ୍ୟାନସର ପରି ରୋଗ ହୁଏ ନାହିଁ ।

ଏହାସହ ଭେଣ୍ଡିରେ କାର୍ବୋହାଇଡ୍ରେଟ୍ ରହିଥାଏ । ଯାହାକି ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଭେଣ୍ଡିରେ ଆଣ୍ଟି-ଓବେସିଟି ଗୁଣ ରହିଥିବାରୁ ଏହା ଶରୀରର ଓଜନ ବୃଦ୍ଧିକୁ ନୟନ୍ତ୍ରଣ କରିଥାଏ ।

ଗରମ ଦିନେ ପେଟ ସମସ୍ୟା ରହିଥିବା ଲୋକଙ୍କ ପାଇଁ ଭେଣ୍ଡି ଏକ ଭଲ ଖାଦ୍ୟ । ଭେଣ୍ଡିରେ ବହୁମାତ୍ରାରେ ଫାଇବର ଥିବାରୁ ତାହା ପାନ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।

ଗ୍ରାଷ୍ମରେ ଆପଣଙ୍କ ଚର୍ମକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ଭେଣ୍ଡି ଖାଇବା ବହୁତ ଜରୁରୀ । ଭେଣ୍ଡିରେ ଭିଟାମିନ୍-ସି ଶରୀରର ଚର୍ମ ପାଇଁ ଖୁବ୍ ଉପକାରୀ ।

Also Read  Immunity gained after a natural infection with Covid-19, is short-lived; Study

LEAVE A REPLY

Please enter your comment!
Please enter your name here