ବିବାହକୁ ନେଇ କିଛି ଏପରି ପ୍ରତିକ୍ରିୟା ରଖିଲେ ବଲିଉଡ୍‌ର ଟପ୍‌ ଅଭିନେତ୍ରୀ କିଆରା ଆଡଭାନୀ, କହିଲେ ନିଜ ମନର କଥା

0
441
kiara-advani-reply-about her-marriage-plans

ମୁମ୍ବାଇ: କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ମଧ୍ୟରେ ପ୍ରେମ ସମ୍ପର୍କରେ ଥିବା ନେଇ ଦୀର୍ଘ ସମୟ ଖବର ଆସୁଛି । ଏହି ଦୁଇ ଜଣ ସେମାନଙ୍କ ସମ୍ପର୍କ ବିଷୟରେ ମୁହଁ ଖୋଲି ନାହାନ୍ତି । କିନ୍ତୁ ନିକଟରେ ଯେତେବେଳେ କିଆରାଙ୍କୁ ସିଧାସଳଖ ବିବାହ କରିବା ନେଇ କିଛି ପ୍ରଶ୍ନ କରାଯାଇଥିଲା । ସେତେବେଳେ ସେ ଏହାକୁ ନେଇ ସୁନ୍ଦର ଭାବରେ ବୁଝାଇଛନ୍ତି ।

ନିକଟରେ ରିଲିଜ୍‌ ହୋଇଥିବା ତାଙ୍କ ଫିଲ୍ମ ଭୁଲ ଭୁଲୈୟାଁ ୨ ମଧ୍ୟ ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମରେ କିଆରାଙ୍କ ସହ କାର୍ତ୍ତିକ ଆର୍ଯ୍ୟନ୍‌ ଲିଡ୍‌ ରୋଲ୍‌ରେ ଅଛନ୍ତି। ଇତି ମଧ୍ୟରେ କିଆରାଙ୍କ ଆଗାମୀ ଫିଲ୍ମ ଯୁଗ ଯୁଗ ଜିଓର ଟ୍ରେଲର ମଧ୍ୟ ଲଞ୍ଚ୍‌ ହୋଇସାରିଲାଣି। ଏହି ଫିଲ୍ମର ଟ୍ରେଲର ଲଞ୍ଚ୍‌ରେ ପହଞ୍ଚିଥିବା କିଆରା ମିଡିଆଙ୍କ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି। କିଆରା ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ ତାଙ୍କୁ ବାହାଘର ଟ୍ୟାଗ୍‌ର ଆବଶ୍ୟକତା ନାହିଁ। ସେ ବିବାହ ନ କରି ମଧ୍ୟ ଭଲରେ ରହିପାରିବେ। ସେ ଏବେ ୱେଲ୍‌ ସେଟେଲ୍ଡ ଅଛନ୍ତି, କାମ କରୁଛନ୍ତି, ରୋଜଗାର କରୁଛନ୍ତି ଓ ଖୁସି ଅଛନ୍ତି।

ସୂଚନାଯୋଗ୍ୟ ଯେ କିଆରାଙ୍କ ନାଁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ଯୋଡ଼ାଯାଏ। ଉଭୟେ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ କେବେ ବି ଏହି ଯୋଡ଼ି ଖୁଲମ୍‌ଖୁଲା ନିଜ ସମ୍ପର୍କକୁ ନେଇ ମୁହଁ ଖୋଲି ନାହାନ୍ତି। ଫିଲ୍ମ ଶେରଶାହରେ ଉଭୟଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥିଲେ।

Also Read  ଦର୍ଶକଙ୍କ ପାଇଁ ଖୁସି ଖବର: ପୁଣି ବଡ ପରଦାରେ ଏକାଠି ନଜର ଆସିବେ କରନ ଅର୍ଜୁନ