ବାରବାଟୀ ଟି-୨୦ ମ୍ୟାଚ ପାଇଁ ଆଜିଠୁ ଅଫଲାଇନ୍ ଟିକେଟ ବିକ୍ରି

0
197
India-South Africa Twenty20 match to be played at Barabati Stadium with-a-100-percent-audience

କଟକ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାଟବାଟ ଷ୍ଟାଡିୟମରେ ହେବାକୁୁ ଥିବା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଆରମ୍ଭ ହେଉଛି ଅଫଲାଇନ୍ ଟିକେଟ୍ ବିକ୍ରି । ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ତଥା ଓସିଏ ସହ ଅନୁବନ୍ଧିତ ସଂସ୍ଥା, କ୍ଲବ, ସ୍କୁଲ, କଲେଜ ଓ ଜିଲ୍ଲାମାନଙ୍କୁ ଆଜି ଟିକେଟ୍ ବିକ୍ରି କରାଯିବ । ସକାଳ ୧୦ ଟାରେ ଓସିଏ କନଫରେନ୍ସିଂ ହଲରେ ଟିକେଟ୍ ବିକ୍ରି କରାଯାଉଛି ବୋଲି ସୂଚନା ମିଳିଛି । ୭ ଏବଂ ୮ ତାରିଖ ଦୁଇ ଦିନରେ ମୋଟ ୮ ହଜାର ଟିକେଟ୍ ବିକ୍ରି କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ୯ ତାରିଖରୁ ମିଳିବ ଅଫଲାଇନ ଟିକେଟ ।

ଆସନ୍ତା ୯ ଏବଂ ୧୦ ତାରିଖରେ ସାଧାରଣ ଦର୍ଶକଙ୍କ ପାଇଁ ଅଫଲାଇନରେ ଟିକେଟ୍ ମିଳିବ । ଷ୍ଟାଡିମୟ କାଉଣଟର ସହ କଟକ ଏବଂ ଭୁବନେଶ୍ୱରେ ଦୁଇଟି ଲେଖାଏଁ କାଉଣ୍ଟର ଖୋଲି ଟିକେଟ ବିକ୍ରି କରାଯିବ ବୋଲି ସୂଚନା ଅଛି ।

Also Read  ଦାରିଙ୍ଗବାଡ଼ିକୁ ଟପିଲା ଫୁଲବାଣୀ : ୧୦ଡିଗ୍ରୀ ତଳେ ୧୭ ସ୍ଥାନର ତାପମାତ୍ରା

LEAVE A REPLY

Please enter your comment!
Please enter your name here