ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ସେନା ଗୁଳିରେ ୨ ଆତଙ୍କବାଦୀ ନିହତ

0
499
two lashkar-terrorists shot dead by-security-forces

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ। କୁପଓ୍ୱାଡ଼ା ଜିଲ୍ଲାରେ ସୁରକ୍ଷାକର୍ମୀ- ଆତଙ୍କବାଦୀ ଗୁଳି ବିନିମୟ ବେଳେ ଜଣେ ପାକିସ୍ତାନୀ ସମେତ ଦୁଇ ଜଣ ନିହତ ହୋଇଛନ୍ତି । ନିହତ ଦୁଇ ଆତଙ୍କବାଦୀ ଲସ୍କର-ଏ-ତୋଏବାର ସଦସ୍ୟ ବୋଲି କାଶ୍ମୀର ଆଇଜିପି ସୂଚନା ଦେଇଛନ୍ତି । ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟର ପରେ ପୂରା ଏରିଆକୁ ସୁରକ୍ଷା କର୍ମୀ ଘେରି ରହିଥିବା ବେଳେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁସାରେ, ଆତଙ୍କବାଦୀମାନେ ଚକତାରାସ କାଣ୍ଡି ଅଞ୍ଚଳରେ ଲୁଚି ରହିଥିବା ସୁରକ୍ଷା ବାହିନୀକୁ ସୂଚନା ମିଳିଥିଲା । ଏହାପରେ ଭାରତୀୟ ସେନା, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ଜମ୍ମୁ କାଶ୍ମୀର ପୋଲିସର ଏକ ମିଳିତ ଦଳ ଏହି ଅଞ୍ଚଳକୁ ଘେରି ଯାଇଥିଲେ ଏବଂ ଆତଙ୍କବାଦୀମାନେ ନିଜକୁ ଘେରି ରହିଥିବା ଦେଖି ସୁରକ୍ଷା ବାହିନୀ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ପ୍ରତିଶୋଧମୂଳକ ପାଲଟା ଗୁଳିଚାଳନା ମଧ୍ୟ କରିଥିଲେ । ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀ ଲଶ୍କର ଏ ତୋଏବା ର ବୋଲି ଜଣାପଡିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ଏନେଇ ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଏନକାଉଣ୍ଟରରେ, ଦୁଇ ଆତଙ୍କବାଦୀ ଟଳିଛନ୍ତି । ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହାସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେ କହିଛନ୍ତି ।

Also Read  Omar dares Ram Madhav on Pakistan links, BJP leader takes back comment