ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ

0
161

ଚଣ୍ଡୀଗଡ଼: ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଆସନ୍ତାକାଲି ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ବିବାହ କରିବେ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଚଣ୍ଡିଗଡ଼ରେ ଏହି ବିବାହ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଡା. ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ ବୋଲି ଜଣାପଡ଼ିଛି। ଏହି ବିବାହ ସମାରୋହ ମୁଖ୍ୟମନ୍ତ୍ରୀ ମାନଙ୍କ ବାସଭବନରେ ହେବା ସହ ବିବାହର ଖୁବ କମ ଲୋକ ଯୋଗ ଦେବେ। ଏହି ବିବାହରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ପରିବାର ମଧ୍ୟ ଉପସ୍ଥିତ ରହିବେ।

ସୂଚନାନୁସାରେ, ଭଗୱନ୍ତ ମାନଙ୍କ ମା’ ହରପାଲଙ୍କର ଇଚ୍ଛା ଥିଲା ଯେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ କରନ୍ତୁ। ମା’ ଏବଂ ଭଉଣୀ ମନପ୍ରୀତ କୌର ନିଜେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ପାଇଁ ଝିଅକୁ ଖୋଜିଥିଲେ। ଉଲ୍ଲେଖଯାଗ୍ୟ, ଭଗୱନ୍ତ ମାନ ୨୦୧୫ରେ ନିଜର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌରଙ୍କୁ ଛାଡପତ୍ର ହୋଇଥିଲେ। ତାଙ୍କର ପ୍ରଥମ ପତ୍ନୀ ଇନ୍ଦରପ୍ରୀତ କୌର ଏବଂ ତାଙ୍କର ପୁଅ-ଝିଅ ଆମେରିକାରେ ରୁହନ୍ତି। ୨୦୧୫ମସିହାରେ, ଉଭୟଙ୍କ ଛାଡପତ୍ର ପରେ ଇନ୍ଦରପ୍ରୀତ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ।

ଛାଡ଼ପତ୍ର ପରେ ଭଗୱନ୍ତ ମାନ କହିଥିଲେ ଯେ ରାଜନୀତି ହେତୁ ସେ ପରିବାରକୁ ସମୟ ଦେବାରେ ଅସମର୍ଥ ଥିଲେ। ତେଣୁ ତାଙ୍କ ପତ୍ନୀ ତାଙ୍କଠାରୁ ନିଜକୁ ଦୂରେଇ ଦେଇଥିଲେ। ୨୦୧୫ରେ ଛାଡପତ୍ର ପରେ ମାନ୍ ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଲେଖିଥିଲେ। ଏଥିରେ ସେ କହିଥିଲେ ଯେ ସେ ନିଜ ପରିବାରକୁ ପଛ କରି ପଞ୍ଜାବକୁ ବାଛିଛନ୍ତି। ରାଜନୀତି ପାଇଁ ସେ ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେଉଛନ୍ତି। ତେବେ ମାର୍ଚ୍ଚରେ ବିଧାନସଭା ନିର୍ବାଚନ ପରେ ଯେତେବେଳେ ଆମ୍ ଆଦମୀ ପାର୍ଟି ପଞ୍ଜାବରେ ସରକାର ଗଠନ କରିଥିଲା, ସେତେବେଳେ ମାନଙ୍କ ପୁଅ-ଝିଅ ଶପଥ ଗ୍ରହଣ ସମାରୋହକୁ ଆସିଥିବା ଦେଖାଯାଇଥିଲା।

ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଭଗୱନ୍ତ ମାନ ରାଜ୍ୟର ସଂଗରୁର ଲୋକସଭା ଆସନରୁ ସାଂସଦ ଥିଲେ। ସେ ୨୦୧୪ ଏବଂ ୨୦୧୯ବର୍ଷରେ ଲଗାତାର ଦୁଇ ଥର ସାଂସଦ ହୋଇଥିଲେ। ଚଳିତ ବର୍ଷ ମାର୍ଚ୍ଚରେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ସେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ପରେ ରାଜ୍ୟରେ ସେ ସଂଖ୍ୟାଗରିଷ୍ଠତା ହାସଲ କରି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Also Read  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା: ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ ହେଲେ ଶ୍ରୀଜିଉ, ୧୦୮ ଗରା ଜଳରେ ସମାପନ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନଲୀଳା

LEAVE A REPLY

Please enter your comment!
Please enter your name here