କୋରାପୁଟରେ ବିଷାକ୍ତ ଛତୁ ଖାଇ ଜଣେ ମୃତ, ୪ ଗୁରୁତର

0
308
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ
ସାମାନ୍ୟ ବଚସା କୁ ନେଇ ବାଇକ ଉପରେ କାର ଚଢାଇଦେଲେ କାର ଚାଳକ

ଲମତାପୁଟ: କୋରାପୁଟରେ ଅଘଟଣ । ବିଷାକ୍ତ ଛତୁ ଖାଇ ଜଣେ ମୃତ୍ୟୁବରଣ କରିଥିବାବେଳେ ୪ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ଜିଲ୍ଲାର ନନ୍ଦପୁର ବ୍ଲକରେ ବିଷାକ୍ତ ଛତୁ ଖାଇ ମା’ର ମୃତ୍ୟୁ ଘଟିଥିବା ବେଳେ ପୁଅ, ଝିଅ, ବୋହୂ ଓ ନାତି ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଧୋବଲି ଖିନବୁଡି ( ୮୦)।

ସୂଚନା ଅନୁସାରେ, ନନ୍ଦପୁର ବ୍ଲକ ଖୁର୍ଜି ଗ୍ରାମର ବୁଦୁ ଖିନବୁଡି ପରିବାର ବଣରୁ ଛତୁ ଆଣି ଖାଇଥିଲେ। ଏହା ପରେ ପରିବାର ଲୋକ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ନନ୍ଦପୁର ଡାକ୍ତରଖାନା ନିଆଯାଇଥିଲା। ପରେ କୋରାପୁଟ ମେଡିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବୁଦୁଙ୍କ ପତ୍ନୀ ଧୋବଲିଙ୍କ ମୃତ୍ୟୁ ହୋଇଥିଲା। ବୁଦୁଙ୍କ ପୁଅ ସନୁ, ଝିଅ ସଇତା, ବୋହୂ ବିମଳା ଓ ନାତି ଲଛମିଧର ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ନନ୍ଦପୁର ମେଡିକାଲ ଟିମ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି I

Also Read  ସହକାରୀ ଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ