ଉପରାଷ୍ଟ୍ରପତି ନିର୍ବାଚନ: ନାମାଙ୍କନ ଦାଖଲ କଲେ ଏନ୍‌ଡିଏ ପ୍ରାର୍ଥୀ ଜଗଦୀପ ଧନଖଡ୍‌

0
473
nda-candidate-jagdeep-dhankhar-files-his-nomination

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖର ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଓ ବିଜେପିର ବହୁ ବଡ଼ ନେତା ଉପସ୍ଥିତ ଥିଲେ । ସେହିପରି ବିଜେଡି ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିଛି । ତେଣୁ ପୁରୀ ସାଂସଦ ପିନାକୀ ମିଶ୍ର ଧନଖଡଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ଥିଲେ ।

ସେପଟେ ଜଗଦୀପ ଧନଖଡଙ୍କ ପ୍ରତିପକ୍ଷ ରହିଛନ୍ତି ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ ଆଲଭା । ଦିଲ୍ଲୀରେ ଗତକାଲି ବିରୋଧୀ ଦଳଙ୍କ ବୈଠକ ପରେ ତାଙ୍କ ନାମ ଏନସିପି ମୁଖ୍ୟ ଶରଦ ପାୱାର ଘୋଷଣା କରିଥିଲେ । ଆସନ୍ତାକାଲି ଉପରାଷ୍ଟ୍ରପତିି ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି । ତେଣୁ ମାର୍ଗାରେଟ ଆଲଭା ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି ।

୨୦୧୯ରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଥିଲେ ଧନଖଡ୍‌। ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ୍‌ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଧନଖଡ୍‌ଙ୍କ ବିରୋଧରେ ବିରୋଧୀ ଦଳ ବରିଷ୍ଠ କଂଗ୍ରେସ ନେତ୍ରୀ ମାର୍ଗାରେଟ୍ ଆଲଭାଙ୍କୁ ପ୍ରାର୍ଥୀ କରିଛି ।

ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅଗଷ୍ଟ ୬ରେ ଅନୁଷ୍ଠିତ ହେବ। ଏଥିପାଇଁ ନାମାଙ୍କନ ପାଇଁ ଶେଷ ତାରିଖ ହେଉଛି ଜୁଲାଇ ୧୯ | ଧନଖଡ୍‌ ରାଜସ୍ଥାନର ଜାଟ୍ ସମ୍ପ୍ରଦାୟରୁ ଆସିଛନ୍ତି। ଜଣେ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିବା ଧନଖରଙ୍କୁ ପ୍ରାର୍ଥୀ କରି ବିଜେପି ଏକ ବଡ଼ ବାଜି ଖେଳିଛି। ରାଜସ୍ଥାନ ବ୍ୟତୀତ ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ, ଦିଲ୍ଲୀରେ ଜାଟ ସମ୍ପ୍ରଦାୟର ସଂଖ୍ୟା ବହୁତ ଅଧିକ। ଏହା ବ୍ୟତୀତ ପଶ୍ଚିମବଙ୍ଗରେ ଧନଖଡ୍‌ଙ୍କ ପ୍ରତି ବଡ଼ ସମର୍ଥନ ରହିଥିବା କୁହାଯାଉଛି।

Also Read  Covid-19: 13,058 new cases in 24 hours, lowest in 231 days