ଜୁନରେ ହେବାକୁ ଥିବା ଓଜେଇଇ ପରୀକ୍ଷା ପାଇଁ ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

0
670
Online Application Process Begins

ଭୁବନେଶ୍ବର : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଆଗାମୀ ଜୁନ ମାସରେ ଅନୁଷ୍ଠିତ ହେବ। ଏନେଇ ଆଜିଠୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜିଠାରୁ ଆସନ୍ତା ୧୩ ଏପ୍ରିଲ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ www.ojee.nic.in ଓ୍ବେବସାଇଟରେ ଆବେଦନ କରିପାରିବେ। ଓଜେଇଇ ପରୀକ୍ଷା ସିବିଟି ବା କମ୍ପୁଟର ବେସଡ ମୋଡ଼ ରେ ହେବ।

ସୂଚନାଯୋଗ୍ୟ ଯେ ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ବବିଦ୍ୟାଳୟ, କଲେଜର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଟେକ୍‌, ଏମ୍‌. ଆର୍କିଟେକ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବି.ଟେକ୍‌ ଓ ବି. ଫାର୍ମା ପାଠ୍ୟକ୍ରମରେ ନାମଲେଖା ଲାଗି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଅନୁଷ୍ଠିତ ହେବ। ଜୁନ୍‌ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହ ମଧ୍ୟରେ ଏହି ପରୀକ୍ଷା ହେବ ବୋଲି ଓଜେଇଇ କର୍ତ୍ତୃପକ୍ଷ କହିଛନ୍ତି।

Also Read  ‘ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେଡିରୁ ନିଲମ୍ବନ ହୋଇଛନ୍ତି ବୋଲି ଗୃହ ଜାଣିନି’