ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ପରୀକ୍ଷା ସୂଚୀ, ଜାଣନ୍ତୁ କିପରି ହେବ ପରୀକ୍ଷା….

0
238
matric-exam-results-will declare-on July 6

କଟକ: ମାଟ୍ରିକ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ଆସନ୍ତା ଏପ୍ରିଲ ୨୯ରୁ ମେ ୭ ଯାଏଁ ହେବ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷାର ସମୟସୀମା ଓ କେତେ ମାର୍କର ପରୀକ୍ଷା ହେବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ସୂଚନା ଦିଆଯାଇଛି । ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ହେବ । ଆଉ ଏହି ସବମେଟିଭ ଆସେସମେଣ୍ଟ -୨ ପରୀକ୍ଷା ସବୁ ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି ।

ଚଳିତଥର ଦୁଇଟି ସିଟିଂରେ ପରୀକ୍ଷା ହେବ । ତେବେ ମାଟ୍ରିକ ଛାତ୍ରଛାତ୍ରୀ କେବଳ ପ୍ରଥମ ସିଟିଂରେ ହିଁ ପରୀକ୍ଷା ଦେବେ । ସେହିଭଳି ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ଏକଜାମିନେସନ ସାର୍ଟିଫିକେଟ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କର କିଛି ପ୍ରାକ୍ଟିକାଲ ପରୀକ୍ଷା ଦ୍ୱିତୀୟ ସିଟିଂରେ ହେବ । ପ୍ରଥମ ସିଟିଂର ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ସିଟିଂର ପରୀକ୍ଷା ସକାଳ ୧୧ଟାରେ ଆରମ୍ଭ ହେବ । ଭୋକେସନାଲ ଟ୍ରେଡସ ଓ ଟିଏଲଭିକୁ ଛାଡିଦେଲେ ଅନ୍ୟ ସବୁ ବିଷୟର ପରୀକ୍ଷା ୮୦ ମାର୍କର ହେବ । ସବୁ ବିଷୟର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ମିଳିବ । କିନ୍ତୁ ଗଣିତ ପାଇଁ ଅଧିକ ୧୫ ମିନିଟ୍ ମିଳିବ । ୪ଟି ସେଟର ପ୍ରଶ୍ନପତ୍ରରେ ହେବ ପରୀକ୍ଷା । ୮୦ ନମ୍ବରରୁ ୫୦ ନମ୍ବର ସଂକ୍ଷିପ୍ତ ଓ ୩୦ ନମ୍ବର ଦୀର୍ଘ ଉତ୍ତରମୂଳକ ହେବ । ସଂକ୍ଷିପ୍ତ ପ୍ରଶ୍ନର ଉତ୍ତର ଓମଏଆର ସିଟରେ ଦେବେ ଛାତ୍ରଛାତ୍ରୀ । ସେହିଭଳି ଦୀର୍ଘ ଉତ୍ତରମୂଳକ ପ୍ରଶ୍ନର ଉତ୍ତର ପ୍ରଶ୍ନପତ୍ର ସହ ଥିବା ବୁକଲେଟରେ ଦେବେ ଛାତ୍ରଛାତ୍ରୀ ।

ଯଥା ସମ୍ଭବ ନିଜ ସ୍କୁଲରେ ପରୀକ୍ଷା ଦେବେ ମାଟ୍ରିକ ପରୀକ୍ଷାର୍ଥୀ । ନିଜ ସ୍କୁଲରେ ହୋଇ ନପାରିଲେ ନିକଟସ୍ଥ ସ୍କୁଲରେ ପରୀକ୍ଷା ଦେବେ । ୦ମାର୍କର ଅବଜେକ୍ଟିଭ ଓ ୩୦ମାର୍କର ସବଜେକ୍ଟିଭ ପ୍ରଶ୍ନ । ୫୦ମାର୍କର ସଂକ୍ଷିପ୍ତ ଉତ୍ତରମୂଳକ OMR ସିଟରେ ହେବ । ୩୦ମାର୍କର ଦୀର୍ଘ ଉତ୍ତରମୂଳକ ବୁକ୍‌ଲେଟରେ ଦେବେ ଛାତ୍ରଛାତ୍ରୀ । ମଧ୍ୟମା ପିଲାଙ୍କ ପାଇଁ ରହିଛି ସିଙ୍ଗଲ ସେଟ୍ ପ୍ରଶ୍ନପତ୍ର । ରେଗୁଲାର ଓ ଏକ୍ସ ରେଗୁଲାର ପିଲାଙ୍କ ପ୍ରଶ୍ନପତ୍ର ଭିନ୍ନ ରହିବ ।

Also Read  ପୁଣି ଜରୁରୀ ଅବତରଣ କଲା ସ୍ପାଇସ୍ ଜେଟ ବିମାନ, ଯାନ୍ତ୍ରିକ ତ୍ରୁଟି ପରେ ପାକିସ୍ତାନରେ କଲା ଏମରଜେନ୍ସି ଲ୍ୟାଣ୍ଡିଂ

LEAVE A REPLY

Please enter your comment!
Please enter your name here