ଚାକିରିରୁ ଇସ୍ତଫା ଦେଲେ ଏହି ଚର୍ଚ୍ଚିତ ଓଡ଼ିଆ ଆଇପିଏସ ଅଫିସର, ବିଜେପିରେ ଯୋଗ ଦେବା ନେଇ ଜୋରଦାର ଚର୍ଚ୍ଚା

0
143

ଶ୍ରୀନଗର: ଜମ୍ମୁକଶ୍ମୀରର ବରିଷ୍ଠ ଆଇପିଏସ୍ ଅଧିକାରୀ ବସନ୍ତ ରଥ ଆଜି ସମସ୍ତଙ୍କୁ ଚକିତ କରି ତାଙ୍କ ଚାକିରିରୁ ଇସ୍ତଫା ଦେଇଛନ୍ତି। ଆଉ କୁହାଯାଇଛି ଯେ ବସନ୍ତ ରଥ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେବାକୁ ଥିବାରୁ ସେ ଇସ୍ତଫା ଦେଇଛନ୍ତି । ପୂର୍ବତନ ଆଇଜି ଟ୍ରାଫିକ୍ ବସନ୍ତ ରଥ ଜମ୍ମୁକଶ୍ମୀରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ମେହେଟ୍ଟାଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ସେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏ ବିଷୟରେ ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ ସେ ଖୁବ ଶୀଘ୍ର ରାଜନୀତିରେ ଯୋଗ ଦେଇପାରନ୍ତି।

ଟ୍ୱିଟରରେ ଇସ୍ତଫା ପତ୍ର ସେୟାର କରି ବସନ୍ତ ରଥ ଲେଖିଛନ୍ତି ଯେ ‘ମୁଁ ନିର୍ବାଚନ ରାଜନୀତିରେ ଭାଗ ନେବାକୁ ଭାରତୀୟ ପୁଲିସ ସେବାରୁ ଇସ୍ତଫା ଦେବାକୁ ଚାହୁଁଛି। ଏହାକୁ ଇସ୍ତଫା / ସ୍ବେଚ୍ଛାକୃତ ଅବସର ଭାବେ ଗ୍ରହଣ କରାଯାଉ’। ତେବେ ଏହି ଟ୍ୱିଟ ପୂର୍ବରୁ ବସନ୍ତ ରଥଙ୍କ ଆଉ ଏକ ଟ୍ୱିଟ ଭାଇରାଲ ହେବାରେ ଲାଗିଛି । ବସନ୍ତ ରଥ ତାଙ୍କ ଟୁଇଟରେ ଲେଖିଥିଲେ ଯେ “ଯଦି ମୁଁ କୌଣସି ରାଜନୈତିକ ଦଳରେ ଯୋଗ ଦିଏ, ତେବେ ତାହା ବିଜେପି ହେବ। ଯଦି ମୁଁ କେବେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରେ, ସେହି ଅଞ୍ଚଳ କଶ୍ମୀର ହେବ ।

ଯଦି ମୁଁ କେବେ ରାଜନୀତିରେ ଯୋଗଦେବି, ତେବେ ଏହା ମାର୍ଚ୍ଚ ୬, ୨୦୨୪ ପୂର୍ବରୁ ଘଟିବ। ” ବସନ୍ତ ରଥଙ୍କ ଟ୍ୱିଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ଉଲ୍ଲେଖ ଥାଉ କି ଜମ୍ମୁକଶ୍ମୀରର ଟ୍ରାଫିକ ବ୍ୟବସ୍ଥା ସୁଧାରିବା ସହ ଗରିବ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ବହି ଦେଇଥାନ୍ତି ବସନ୍ତ ରଥ । ନିଟ ଓ ଜେଇଇ ଭଳି ପରୀକ୍ଷାରେ କିଭଳି ଗରିବ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇପାରିବେ ସେଥିପାଇଁ ପ୍ରୟାସ କରନ୍ତି ବସନ୍ତ ରଥ ।

ପିଲାଙ୍କ ପାଠପଢା ଯେଭଳି ବ୍ୟାଘାତ ନ ହେବ ସେଥିପାଇଁ ନୂଆଦିଲ୍ଲୀ, ଜାମ୍ମୁ ଓ ଶ୍ରୀନଗରରୁ ବହି କିଣିଥାନ୍ତି ବସନ୍ତ । ପ୍ରତି ରବିବାର ଦିନ ବସନ୍ତ ରଥଙ୍କ ବାସଭବନ ସାମ୍ନାରେ ଛାତ୍ରଛାତ୍ରୀଙ୍କ ଭିଡ଼ ଲାଗିଥାଏ । ଶ୍ରୀ ରଥ ସମସ୍ତଙ୍କୁ ଆବଶ୍ୟକତା ଥିବା ବହି ଦେଇଥାନ୍ତି । ଯେଉଁମାନେ ତାଙ୍କ ପାଖକୁ ଆସିପାରିନଥାନ୍ତି କୋରିୟର ମାଧ୍ୟମରେ ସେ ବହି ପଠାଇଦେଇଥାନ୍ତି । ଯେଉଁଥିପାଇଁ ଆଇପିଏସ ବସନ୍ତ ରଥଙ୍କୁ ସମସ୍ତେ ‘ବୁକ ଵାଲେ ବାବା’ ନାମରେ ଡାକିଥାନ୍ତି । ବସନ୍ତ ରଥ ଜଣେ ୨୦୦୦ ମସିହା କ୍ୟାଡର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ।

Also Read  ରାଜ୍ୟର ୧୪ ଜିଲ୍ଲାରେ ପ୍ରବଳ ବର୍ଷା; ୟେଲୋଓ୍ଵାର୍ଣ୍ଣିଂ ଜାରି

ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଜଣେ ଛାତ୍ର ହୋଇଥିବାବେଳେ ୨୦୦୨ ମସିହାରେ,ପୁଞ୍ଚର ମଣ୍ଡିରେ ପୋଷ୍ଟ କରାଯାଇଥିଲା । ସେ ଓଡିଶାର ପୁରୀ ଜିଲ୍ଲାର ପିପିଲିର ଉତ୍ତରାକାଶୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତେବେ ୨୦୨୦ ମସିହାରେ ଜମ୍ମୁ-କଶ୍ମୀର ଆଇଜି ଥିବା ବସନ୍ତ ରଥଙ୍କୁ ଦୁର୍ବ୍ୟବହାର ଏବଂ ଆଇନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିଲମ୍ବିତ କରାଯାଇଥିଲା। ଡିଜିପି ଦିଲବାଗ ସିଂହଙ୍କ ସହିତ ଏକ ବିବାଦକୁ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଜମ୍ମୁ କାଶ୍ମୀର ପୁଲିସ ମହାନିର୍ଦ୍ଦେଶକଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ ବସନ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here