ଗିରଫ ହେଲେ ‘ନିମନ୍ତ୍ରଣ’ର ମ୍ୟାନେଜର,ଠିକା କର୍ମଚାରୀ

0
244

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ହୋଟେଲ ‘ନିମନ୍ତ୍ରଣ’ରେ ଠକେଇ ହୋଇଥିବା ଜଣାପଡିଛି। ବଡ ଧରଣର ଘୋଟାଲା ପାଇଁ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ କରାଯାଇଛି। ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇ ସହିଦନଗର ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ଗତ ୬ ମାସ ମଧ୍ୟରେ ଲକ୍ଷାଧିକ ଟଙ୍କା ଉଭୟ ଆତ୍ମସାତ୍‍ କରିଥିବା ସହ ପ୍ରତିଦିନ ଆୟର ୫୦ ହଜାର ପ୍ରତିଶତ ନିଜ ଆକାଉଣ୍ଟକୁ ନେଉଥିଲେ। ଅଡିଟ ସମୟରେ ଏଭଳି ତଥ୍ୟ ମିଳିବା ପରେ ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Also Read  ସଭିଙ୍କ ମଜାକ ଉଡ଼ାଉଥିବା କପିଲ୍‌ଙ୍କ ମଜାକ ଉଡ଼ାଇଲେ ଅଜୟ ଦେବଗନ୍‌, ଚୁପ୍‌ ହେଇଗଲେ କମେଡି କିଙ୍ଗ୍‌