ଗିରଫ ହେଲେ ‘ନିମନ୍ତ୍ରଣ’ର ମ୍ୟାନେଜର,ଠିକା କର୍ମଚାରୀ

0
274

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସ୍ଥିତ ହୋଟେଲ ‘ନିମନ୍ତ୍ରଣ’ରେ ଠକେଇ ହୋଇଥିବା ଜଣାପଡିଛି। ବଡ ଧରଣର ଘୋଟାଲା ପାଇଁ ଓଟିଡିସି ମ୍ୟାନେଜର ଓ ଠିକା କର୍ମଚାରୀ ଗିରଫ କରାଯାଇଛି। ମ୍ୟାନେଜର ଅର୍ଦ୍ଧେନ୍ଦୁ ଶେଖର ମହାନ୍ତି ଓ ଠିକା କର୍ମଚାରୀ ସୁନିଲ ଘଡେଇଙ୍କୁ ଗିରଫ କରାଯାଇ ସହିଦନଗର ଥାନା ପୁଲିସ ଆଜି କୋର୍ଟ ଚାଲାଣ କରିଛି।

ସୂଚନାନୁଯାୟୀ, ଗତ ୬ ମାସ ମଧ୍ୟରେ ଲକ୍ଷାଧିକ ଟଙ୍କା ଉଭୟ ଆତ୍ମସାତ୍‍ କରିଥିବା ସହ ପ୍ରତିଦିନ ଆୟର ୫୦ ହଜାର ପ୍ରତିଶତ ନିଜ ଆକାଉଣ୍ଟକୁ ନେଉଥିଲେ। ଅଡିଟ ସମୟରେ ଏଭଳି ତଥ୍ୟ ମିଳିବା ପରେ ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ପରେ ଉଭୟଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

Also Read  ଆଜି ଦିଲ୍ଲୀ ବିଶ୍ୱର ଦଶଟି ପ୍ରଦୂଷିତ ସହର ମଧ୍ୟରେ ପ୍ରଥମ; କୋଲକାତା ନବମ