ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ, ୪୦ ମୃତ

0
439
pakistan-airstrikes-in afghanistan 40 died

ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ। ଆଫଗାନିସ୍ତାନର ଦୁଇଟି ସହର ଉପରେ ଏୟାରଷ୍ଟ୍ରାଇକ କରିଛି ପାକିସ୍ତାନ। ଫଳରେ ପିଲାଙ୍କ ସହିତ ୪୦ରୁ ଅଧିକ ଆଫଗାନ ନାଗରିକଙ୍କ ମୃତ୍ୟୁ ହୋଇଛି। ଆଫଗାନିସ୍ତାନ ଉପରେ ୨୫-୨୬ଟି ବିମାନ ଆସି ଆକ୍ରମଣ କରିଥିଲା। ଶୁକ୍ରବାର ରାତିରେ ଖୋସ୍ତ ଏବଂ କୁନାର ପ୍ରାପ୍ତର ବିଭିନ୍ନ ଅଞ୍ଚଳରେ ପାକିସ୍ତାନୀ ବିମାନ ହାମଲା କରିଛି ବୋଲି ଆଫଗାନ ଶାନ୍ତି ପ୍ରହରୀର ସଂସ୍ଥାପକ ହବିବ ଖାନ୍‌ କହିଛନ୍ତି।

ପ୍ରଥମଥର ପାଇଁ ପାକିସ୍ତାନୀ ସୈନ୍ୟ ବିମାନ ଆଫଗାନ ମାଟିରେ ଆକ୍ରମଣ କରିଛି। ଯେଉଁଥିରେ ୪୦ରୁ ଅଧିକ ନାଗରିକ ମୃତ୍ୟୁବରଣ କରିଛନ୍ତି। ଘଟଣାରେ ମରିଥିବା ନାଗରିକଙ୍କ ଫଟୋ ମଧ୍ୟ ଟିଟ୍ଵରରେ ସେୟାର କରିଛନ୍ତି ହବିବ ଖାନ୍‌। ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ବିମାନ ଏୟାରଷ୍ଟ୍ରାଇକ କରିଛି। ଘଟଣା ପରେ ତାଲିବାନ ପାକିସ୍ତାନର ରାଜଦୂତ ମନସୁର ଅହମଦ ଖାନଙ୍କୁ ଜଣାଇଛନ୍ତି।

ସୂଚନା ଅନୁସାରେ, ପ୍ରଥମ ଘଟଣା ଗୁରୁବାର ଦିନ ଉତ୍ତର ବଜିରିସ୍ତାନର କବାଇଲି ଜିଲ୍ଲାର ଦାତାଖେଲ ତହସିଲ ଅଞ୍ଚଳରେ ଆତଙ୍କବାଦୀମାନେ ସୁରକ୍ଷାବଳ ସୈନ୍ୟଙ୍କ ଏକ ବାହାନ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣାରେ ୭ ଜଣ ସୈନ୍ୟ ଶହୀଦ ହୋଇଥିଲେ। ଏହାର ଜବାବରେ ଗୁରୁବାର ରାତିରେ ପାକିସ୍ତାନୀ ଜେଟ ବିମାନ ଆଫଗାନିସ୍ତାନର ଉତ୍ତରପୂର୍ବ ଏବଂ ଦକ୍ଷିଣ ପୂର୍ବ ଅଞ୍ଚଳରେ ହାମଲା କରିଥିଲା।

Also Read  Pakistan calls its envoy to India for consultations