ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନ କନେକ୍ସନ, ଦାୱତ-ଇ-ଇସଲାମି ସଙ୍ଗଠନ ସହ ଜଡ଼ିତ ଦୁଇ ହତ୍ୟାକାରୀ

0
141

ନୂଆଦିଲ୍ଲୀ: ଉଦୟପୁର ହତ୍ୟାକାଣ୍ଡରେ ପାକିସ୍ତାନ କନେକ୍ସନ । କୁହାଯାଉଛି ଯେ କହ୍ନେୟାଙ୍କ ଗଳା କାଟିଥିବା ହତ୍ୟାକାରୀ ପାକିସ୍ତାନର ଦାୱତ-ଇ-ଇସଲାମି ସଂଗଠନ ସହ ସମ୍ପର୍କ ରହିଛି। ଏହି ସଙ୍ଗଠନ ୧୦୦ ରୁ ଅଧିକ ଦେଶରେ ସକ୍ରିୟ ରହିଛି ଏବଂ ଇସଲାମ ପ୍ରଚାର-ପ୍ରସାର ପାଇଁ ଅନେକ ପ୍ରକାର ଅନଲାଇନ କୋର୍ସ ମଧ୍ୟ କରୁଛି। ଏହାପୂର୍ବରୁ ଭାରତରେ ଏହି ଇସଲାମି ସଙ୍ଗଠନ ଉପରେ ଧର୍ମାନ୍ତରଣ ଅଭିଯୋଗ ରହିଥିଲା।

ଦାୱତ-ଇ-ଇସଲାମି ସଙ୍ଗଠନ ନିଜକୁ ଅଣ ରାଜନୈତିକ ଇସଲାମି ସଙ୍ଗଠନ କହିଥାଏ। ଏହାର ପ୍ରତିଷ୍ଠା ୧୯୮୧ ରେ ପାକିସ୍ତାନର କରାଚିରେ ହୋଇଥିଲା। ମୌଲାନା ଅବୁ ବିଲାଲା ମୁହମ୍ମଦ ଇଲିୟାସ ଏହି ଇସଲାମିକ ସଙ୍ଗଠନର ସ୍ଥାପନା କରିଥିଲେ। ଭାରତରେ ଏହି ସଙ୍ଗଠନ ଗତ ୪ ଦଶକ ଧରି ସକ୍ରିୟ ରହିଛି। ସରିୟା ଆଇନ ଲାଗୁ କରିବା ଓ ଏହାର ପ୍ରଚାର ପ୍ରସାର କରିବା ଏହି ସଙ୍ଗଠନର ମୁଖ୍ୟ ଉଦ୍ଦେଶ୍ୟ। ବର୍ତ୍ତମାନ ଏହି ସଙ୍ଗଠନ ପ୍ରାୟ ୧୦୦ ରୁ ଅଧିକ ଦେଶରେ ସକ୍ରିୟ ରହିଛି।

ଦାୱତ-ଇ-ଇସଲାମି ନିଜର ଏକ ୱେବସାଇଟ ରହିଛି। ଏହି ୱେବସାଇଟ ମାଧ୍ୟମରେ ସେମାନେ ଇସଲାମି ସଙ୍ଗଠନର କଟ୍ଟର ମୁସଲମାନ ବନାଇବା ପାଇଁ ସିରିୟା ଆଇନ ଭଳି ଇସଲାମି ଶିକ୍ଷାକୁ ଅନଲାଇନ ପ୍ରଚାର ପ୍ରସାର କରାଯାଉଛି। ପ୍ରାୟ ୩୨ ପ୍ରକାର ଇସଲାମିକ କୋର୍ସ ଏହି ୱେବସାଇଟରେ ରହିଛି। ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା କୋର୍ସ ରହିଛି। ଏହା ବ୍ୟତିତ ସଙ୍ଗଠନ କୋରାନ ଓ ମୁସଲମାନଙ୍କୁ ସବୁପ୍ରକାର ସିରିୟା ଆଇନ ପାଇଁ ପ୍ରସ୍ତୁତ କରିଥାଏ।

ମିଡିଆ ରିପୋର୍ଟରେ କୁହାଯାଇଛି ଯେ ଉଦୟପୁରରେ କହ୍ନେୟାଲାଲଙ୍କ ହତ୍ୟା କରିଥିବା ଦୁଇ ହତ୍ୟାକାରୀ ମୋହମ୍ମଦ ରିୟାଜ ଓ ଗୌସ ମୋହମ୍ମଦ ‘ଦାୱତ-ଇ-ଇସଲାମି’ ନାମକ ସଙ୍ଗଠନ ସହ ଜଡ଼ିତ। ଏହି ଦୁଇ ଜଣ ଇସଲାମି ସଂସ୍ଥାର ଅନଲାଇନ କୋର୍ସ ସହ ଜଡ଼ିତ। ହତ୍ୟା ପରେ ଏହି ଦୁଇ ଅଭିଯୁକ୍ତ ଅଜମେର ଦରଗାହ ଜିୟାରତ ଯିବା ନେଇ ପ୍ରସ୍ତୁତ ହୋଇଥିଲେ।

Also Read  ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ସହ ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ

LEAVE A REPLY

Please enter your comment!
Please enter your name here