କଟକ : କଟକ ଜିଲ୍ଲା ଡମପଡ଼ା ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଦେଢ କୋଟିରୁ ଉର୍ଦ୍ଧ୍ଵ ସମ୍ପତ୍ତି ଠାବ। ବାରଙ୍ଗ କୁହ୍ନେଇପଦାରେ ୧ କୋଟି ୨୫ ଲକ୍ଷ ଟଙ୍କାର ଗୋଟିଏ ତିନି ମହଲା କୋଠା ଠାବ ହୋଇଥିବା ବେଳେ ଭୁବନେଶ୍ଵର, କଟକ, କେନ୍ଦ୍ରାପଡ଼ା ରାଜକନିକାରେ ରହିଛି ୪ଟି ପ୍ଲଟ। ଏହା ସହ ୪୫ ଲକ୍ଷ ଟଙ୍କାର ବ୍ୟାଙ୍କ ଏବଂ ଇନ୍ସ୍ୟୁରାସନ ଡିପୋଜିଟ୍, ୩୦୦ ଗ୍ରାମର ସୁନା ଏବଂ ୩୭୮ ଗ୍ରାମର ରୂପା ଅଳଙ୍କାର, ୧୧ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର କାର୍, ୨ଟି ଦୁଇ ଚକିଆ ଗାଡି ଜବତ ହୋଇଛି।
ସୂଚନା ଥାଉକି, କଟକ ଡ଼ମପଡ଼ା ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଆଜି ଭିଜିଲାନ୍ସ ଚଢାଉ କରିଥିଲା। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ। ପ୍ରଭାତ କୁମାର ରାଉତଙ୍କ ଡ଼ମପଡ଼ା ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ପ୍ରଭାତ କୁମାରଙ୍କ ଡ଼ମପଡ଼ା ସ୍ଥିତ ଅଫିସ, ବାରଙ୍ଗ କୁହ୍ନେଇପଦା ସ୍ଥିତ ତିନି ମହଲା ବିଶିଷ୍ଟ ଘର, କେନ୍ଦ୍ରାପଡ଼ା ରାଜକନିକା ତନେଇପଦା ସ୍ଥିତ ସମ୍ପର୍କୀୟଙ୍କ ଘର, ଚୌଦ୍ଵାର ହାଉସିଂବୋର୍ଡ ସ୍ଥିତ ଭାଇଙ୍କ ଘରେ ରେଡ୍ ହୋଇଛି। କଟକ ଭିଜିଲାନ୍ସର ସ୍ଵତନ୍ତ୍ର ଜଜଙ୍କ ୱାରେଣ୍ଟ ବଳରେ ଚଢାଉ କରାଯାଉଛି। ଏହି ଚଢାଉରେ ୪ ଜଣ ଡିଏସ୍ପି, ୧୦ ଜଣ ଇନସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।