ଲିପ୍ଟ ଦେବା ବାହାନାରେ ବଜାରରୁ ମହିଳାଙ୍କୁ ଟେକିନେଲେ ୩ ଯୁବକ, ଗଣଦୁଷ୍କର୍ମ ଅଭିଯୋଗ

0
482

ଜଗତସିଂହପୁର : ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଜଗତସିଂହପୁର ଜିଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡ଼ିତା ମହିଳା ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତି। ସୂଚନାନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳର ଜଣେ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସ୍‌କୁ ଅପେକ୍ଷା କରି ଠିଆ ହୋଇଥିଲେ। ଏହି ସମୟରେ ୩ ଜଣ ଯୁବକ ତାଙ୍କୁ ଲିପ୍ଟ ଦେବାକୁ କହି ଏକ କାର୍‌ରେ ପାରାଦୀପ ଆଡ଼କୁ ନେଇଯାଇଥିଲେ।

ସେଠାରେ ତାଙ୍କୁ କୌଣସି ନିଶାଦ୍ରବ୍ୟ ଶୁଙ୍ଘାଇ ଅଚେତ ଅବସ୍ଥାରେ ଅଠର ବାଙ୍କୀ ନିକଟରେ ଏକ ଟ୍ରକ୍ ଡାଲାରେ ଗଣଦୁଷ୍କର୍ମ କରିଥିଲେ। ପରେ ଏହି ବାବଦରେ କାହାରିକୁ କିଛି କହିଲେ ଜୀବନରେ ମାରିଦେବାକୁ ଧମକ ଦେବା ସହ ଉଲଗ୍ନ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ। ଫଳରେ ମହିଳା ଜଣଙ୍କ ଭୟଭୀତ ହୋଇ ନୀରବ ରହିଥିଲେ। ପରେ ମହିଳାଙ୍କ ସ୍ଵାମୀ ଏସମ୍ପର୍କରେ ଜାଣିବା ପରେ ଗତ ୨୬ ତାରିକ ଦିନ ତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୋଲିସ ତଦନ୍ତ କରିବା ଆରମ୍ଭ କରିଛି।

Also Read  ଦେଶରେ କୋଭିଡ୍‌-୧୯ସଂକ୍ରମଣ ବୃଦ୍ଧି: ନୂତନ ସଂକ୍ରମଣ ମାମଲାର ୬୮.୮୧% ହେଉଛି ୫ଟି ରାଜ୍ୟର