ଭୁବନେଶ୍ୱର OUTR ବୁଲି ଦେଖିବା ସହ ବିକାଶମୂଳକ କାମର ତଦାରଖ କଲେ 5T ସଚିବ ଭି.କେ ପାଣ୍ଡିଆନ୍‌

0
587
5t secretary at OUTR in Bhubaneswar

ଭୁବନେଶ୍ୱର: ଭୁବନେଶ୍ୱର ଘାଟିକିଆରେ ଥିବା OUTRରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଶନିବାର ୫ଟି ସଚିବ ଓଡ଼ିଶା ୟୁନିଭରସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ(OUTR) କ୍ୟାମ୍ପସ ବୁଲି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବା ସହ ସମୀକ୍ଷା ବୈଠକ କରିଛନ୍ତି। ଏଠାରେ ଚାଲିଥିବା ବିଭିନ୍ନ ପ୍ରକାର ବିକାଶମୂଳକ କାମର ତଦାରଖ କରିଛନ୍ତି 5T ସଚିବ । ଏଠାରେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ ୨୬ଟି ପିଜି ଓ ୧୧ଟି ବି-ଟେକ୍‌ ବିଭାଗ ରହିଛି ।

୩ରୁ ୫ ବର୍ଷ ମଧ୍ୟରେ ଏହାର ନିର୍ମାଣ କାମ ଶେଷ କରାଯିବାର ଯୋଜନା ରହିଛି। ଏଥିପାଇଁ ଯେତେ ଟଙ୍କା ଆବଶ୍ୟକ ସେଥିପାଇଁ ସ୍ଵତନ୍ତ୍ର ବଜେଟ ବ୍ୟବସ୍ଥା କରାଯିବ। ଶହେ ଏକର ଜମିରେ ଠିଆ ହୋଇଥିବା ଓୟୁଟିଆରକୁ ଦେଶର ନମ୍ବର ୱାନ ଏକକ ବିଶ୍ବବଦ୍ୟାଳୟ ପରିଣତ କରାଯିବାର ଯୋଜନା ରହିଛି।

Also Read  Odisha launches Biotechnology Policy 2018