ଆରବ ସାଗରରେ ବୁଡ଼ି ଯାଉଥିବା ଜାହାଜରୁ ୯ ଜଣ ଭାରତୀୟ ସଦସ୍ୟଙ୍କୁ ବଞ୍ଚାଇଲା ପାକିସ୍ତାନୀ ନୌସେନା

0
439
pakistan-navy-rescues-nine-indian-crew-members-after-vessel-capsizes-in-arabian-sea
Image Credit- abplive

ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ଜଳ ଜାହାଜ ଜମନା ସାଗର ବୁଡିଯିବା ବେଳେ ପାକିସ୍ତାନୀ ସେନା ଦ୍ୱାରା ୯ ଜଣ ଭାରତୀୟ ଜଳ ଜାହାଜ ଚାଳକଙ୍କୁ ଉଦ୍ଧାର କରାଯାଇଛି ବୋଲି ପାକିସ୍ତାନ ନୌସେନା ପକ୍ଷରୁ ଦାବି କରାଯାଇଛି। ପାକିସ୍ତାନ ନୌସେନାର ଜନ ସଂପର୍କ ମହାନିର୍ଦ୍ଦେଶକ ତାଙ୍କ ବୟାନରେ କହିଛନ୍ତି କି ଏହି ଘଟଣା ବେଲୁଚିସ୍ତାନ ନିକଟ ତଟୀୟ ସହର ଗବାଦର ନିକଟରେ ଘଟିଥିଲା । ଘଟଣା କ୍ରମରେ ଭାରତୀୟ ଜଳ ଜାହାଜ ଜମନା ସାଗର ଆରବ ସାଗର ମଧ୍ୟରେ ବୁଡି ଯାଉଥିବା ବେଳେ ଜାହାଜରେ ୧୦ ଜଣ ଭାରତୀୟ ଚାଳକ ଥିଲେ । ଏହା ଦେଖିବା ପରେ ପାକିସ୍ତାନ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ କରାଯାଇ ୯ ଜଣ ଭାରତୀୟ ଚାଳକଙ୍କୁ ଉଦ୍ଧାର କରାଯାଇଛି ।

ଏକ ବିବୃତ୍ତିରେ ପାକିସ୍ତାନ ନୌସେନା କହିଛି ଯେ ଭାରତୀୟ କ୍ରୁ ସଦସ୍ୟଙ୍କ ଇମର୍ଜନ୍ସି କଲ୍ ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ପାକିସ୍ତାନୀ ସାମୁଦ୍ରିକ ସୂଚନା କେନ୍ଦ୍ର ବୁଡ଼ି ଯାଉଥିବା ଜାହାଜରେ ଅଟକି ରହିଥିବା କର୍ମଚାରୀଙ୍କୁ ଆବଶ୍ୟକ ସହାୟତା କରିବାକୁ ନିକଟସ୍ଥ ଏକ ବାଣିଜ୍ୟିକ ଜାହାଜ ‘ମାଉଣ୍ଟ କ୍ରୁଇବେକେ’ କୁ ପଠାଇଥିଲା ।

ରିପୋର୍ଟରେ କୁହାଯାଇଛି ଯେ ଭାରତୀୟ ଜାହାଜ “ଯମୁନା ସାଗର” ଅଗଷ୍ଟ ୯ରେ ବଲୁଚିସ୍ତାନ ପ୍ରଦେଶର ଗ୍ୱାଦର ସହର ନିକଟରେ ୧୦ ଜଣ କ୍ରୁ ସଦସ୍ୟଙ୍କ ସହ ବୁଡ଼ି ଯାଇଥିଲା।

Also Read  ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ତଥା ମହାନ୍‌ ବ୍ୟାଟ୍ସମ୍ୟାନ ମିତାଲି ରାଜ୍‌