ଶେଷ ହେଲା ଇମ୍ରାନ ଖାନଙ୍କ ଇନିଂସ୍, ଅନାସ୍ଥା ଭୋଟରେ ହାରି କ୍ଷମତାରୁ ହେଲେ ବିଦା

0
213
Imran Khan could be arrested at any time

ଇସଲାମାବାଦ: ଶେଷ ହେଲା ପାକିସ୍ତାନରେ ଚାଲିଥିବା ରାଜନୈତିକ ସଂକଟ । ଗତକାଲି ବିଳମ୍ବିତ ରାତିରେ ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଇମ୍ରାନ ଖାନ ପରାଜିତ ହୋଇଛି । ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ ଖାନଙ୍କ ସାଢ଼େ ତିନି ବର୍ଷର ସରକାରର ଇନିଂସ ଶନିବାର ବିଳମ୍ବିତ ରାତିରେ ଶେଷ ହୋଇଛି। ଫଳରେ ପାକିସ୍ତାନରେ ଇମ୍ରାନ ଖାନ ସରକାରର ପତନ ଘଟିଛି । ପାକିସ୍ତାନର ନେସନାଲ ଆସେମ୍ବ୍ଲିରେ ଅନାସ୍ଥା ଭୋଟରେ ବିରୋଧୀ ବିଜୟୀ ହୋଇଛନ୍ତି ।

ଦିନସାରା ହାଇଡ୍ରାମା ମଧ୍ୟରେ ପାକିସ୍ତାନ ସଂସଦର ସ୍ବତନ୍ତ୍ର ଅଧିବେଶନ ଶନିବାର ଅନେକ ଥର ସ୍ଥଗିତ ରଖାଯାଇଥିଲା | ଭୋଟ୍ ଅବଧି ଶେଷ ହେବାର ୧୫ ମିନିଟ୍ ପୂର୍ବରୁ ବାଚସ୍ପତି ଆସାଦ କାଇସର ନିଜ ପଦରୁ ଇସ୍ତଫା ଦେଇଥିଲେ। ଉପ ବାଚସ୍ପତି କାସୀମ ସୁରି ମଧ୍ୟ ଇସ୍ତଫା ଦେଇଥିଲେ । ଏହା ପରେ ଜଣେ ଅସ୍ଥାୟୀ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିଲା | ବିଳମ୍ବିତ ରାତିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ହୋଇଥିଲା, ଯେଉଁଥିରେ ବିରୋଧୀ ଦଳର ବିଜୟ ହୋଇଥିଲା । ଅନାସ୍ଥା ପ୍ରସ୍ତାବ ସପକ୍ଷରେ ୧୭୪ ଭୋଟ୍ ମିଳିଥିଲା ବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନଥିଲା।

ସେପଟେ ପାକିସ୍ତାନରେ ପରିସ୍ଥିତି ଅଶାନ୍ତ ହୋଇପଡିଛି । କରାଚୀ ସମେତ ଦେଶର ବିଭିନ୍ନ ସ୍ଥାନରେ ରାସ୍ତା ଉପରକୁ ଆସି ଇମ୍ରାନ ସମର୍ଥକ ବିରୋଧ ପ୍ରଦର୍ଶନ କରିଛନ୍ତି । ରବିବାର ବିଦେଶୀ ଷଡଯନ୍ତ୍ର ବିରୋଧରେ ରାଜାରାସ୍ତାକୁ ଓହ୍ଲାଇବା ପାଇଁ ପୂର୍ବରୁ ନିଜ ସମର୍ଥକଙ୍କୁ ଇମ୍ରାନ ଅପିଲ କରିଥିବାରୁ ଆଜି ସ୍ଥିତି ଆହୁରି ବିସ୍ଫୋରକ ରୂପ ନେଇପାରେ । ତେଣୁ ଇସଲାମାବାଦର ସମସ୍ତ ପ୍ରବେଶ ପଥକୁ ସିଲ କରାଯାଇଛି ଓ ଇସଲାମାବାଦରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ସେନା ମୁତୟନ କରାଯାଇଛି ।

Also Read  20 YouTube Channels, 2 websites blocked for spreading anti-India propaganda

LEAVE A REPLY

Please enter your comment!
Please enter your name here