ଆଜି ପବିତ୍ର ଶ୍ରୀରାମ ନବମୀ; ଚଳଚଞ୍ଚଳ ଦେଶର ସମସ୍ତ ରାମ ମନ୍ଦିର

0
228
sri ram-navami 2022

ଆଜି ପବିତ୍ର ରାମନବମୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମତିଥି । ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଦୁଇ ବର୍ଷ ଧରି କରୋନା କଟକଣା ଯୋଗୁଁ ଭଗବାନଙ୍କ ଠାରୁ ଦୁରେଇ ରହିଥିବା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଆଜି ମିଳନ ହେବ । ରାମ ନବମୀ ପାଇଁ ରାଜ୍ୟ ତଥା ଦେଶର ରାମ ମନ୍ଦିର, ହନୁମାନ ମନ୍ଦିର ଓ ଧାର୍ମିକ ପୀଠରେ ଶ୍ରଦ୍ଧାଳୁଙ୍କ ଗହଳ ଚହଳ ଆରମ୍ଭ ହୋଇଯାଇଛି । ରାମ ମନ୍ଦିରରେ ଠାକୁରଙ୍କ ରୀତିନୀତି ଅନୁଯାୟୀ ନୀତିକାନ୍ତି କରାଯିବା ନେଇ ନୀତି ନିର୍ଘଣ୍ଟ ହୋଇଛି । ଫୁଲ ଏବଂ ଫଳ ଓ ଆଲୋକମାଳାରେ ମନ୍ଦିରକୁ ସଜାଇ ମହାସମାରୋହରେ ଶ୍ରୀରାମ ନବମୀ ଅନୁଷ୍ଠିତ ହେଉଛି । ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।

ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବ୍ୟାରିକେଡ୍‌ ଦ୍ୱାରା ଲୋକଙ୍କୁ ଶାନ୍ତି ଶୃଙ୍ଖଳାରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଛାଡ଼ଯିବ । ମନ୍ଦିର ପରିସରେ ସିସିଟିଭି ଲାଗିଛି । ଏହାଛଡ଼ା ମନ୍ଦିର ଟ୍ରଷ୍ଟର ୩୦ଜଣ ସ୍ୱେଚ୍ଛାସେବୀ, ସୁରକ୍ଷା କର୍ମୀ ଓ ପୁଲିସ ଫୋର୍ସ ଭକ୍ତଙ୍କୁ ସୁରକ୍ଷିତ ଭାବେ ଦର୍ଶନ କରିବାକୁ ଜଗିବେ ।

ରାଜଧାନୀର ୟୁନିଟ୍‌-୩ସ୍ଥିତ ଶ୍ରୀରାମ ମନ୍ଦିରରେ ରବିବାର ସକାଳ ୫ଟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତ୍ସବ ଚାଲିବ । ଭୋର୍‌ରୁ ନୀତିକାନ୍ତି ହୋଇଛି । ସକାଳ ସାଢ଼େ ୫ଟାରୁ ଭଗବାନଙ୍କ ଦର୍ଶନ କରିବାକୁ ଭକ୍ତଙ୍କ ଧାଡ଼ି ଲମ୍ବିଛି । ସ୍ୱନୟନରେ ଭଗବାନଙ୍କ ଦର୍ଶନ କରୁଛନ୍ତି ଭକ୍ତ । ଭୋର ୫ଟା ୪୫ରେ ମଙ୍ଗଳ ଆଳତୀ କରାଯାଇଛି । ସକାଳ ୭ଟାରେ ପ୍ରଭୁଙ୍କ ଶୃଙ୍ଗାର ଆଳତୀ ନୀତି ଅନୁଷ୍ଠିତ ହୋଇଛି । ରାମଚରିତ ମାନସ ନବାହ୍ନ ପାରାୟଣର ୧୦ଟାରେ ଉଦ୍‌ଯାପିତ ହେବ । ଦିନ ୧୦ଟାରେ ହୋମଯଜ୍ଞ ଅନୁଷ୍ଠିତ ହେବ । ଏହାପରେ ମଧ୍ୟାହ୍ନ ୧୨ଟାରେ ଜନ୍ମୋତ୍ସବ ଆଳତୀ କରାଯାଇ ସାଢ଼େ ୧ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ । ସାଢ଼େ ୧ଟାରୁ ୪ଟା ପର୍ଯ୍ୟନ୍ତ ପହଡ଼ ପଡ଼ିବ । ପୁଣି ୪ଟାରେ ଭକ୍ତମାନେ ଭଗବାନଙ୍କ ଦର୍ଶନ କରିବେ । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ କରାଯିବ । ଆଉ ରାତି ୯ଟାରେ ପୁଣି ଭୋଗ ଆଳତୀ କରାଯିବ । ସାଢ଼େ ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ । ଏହା ସହ ଦିନରେ ମନ୍ଦିରରେ ଭଜନ, କୀର୍ତ୍ତନ ଜାରି ରହିବ ।

Also Read  Odisha records 327 new Covid Cases; 177 from Khurda District

LEAVE A REPLY

Please enter your comment!
Please enter your name here