ପ୍ରଧାନମନ୍ତ୍ରୀ ହେବାକୁ ଚାହୁଁଛନ୍ତି ପଲଟୁ ରାମ; ବିଜେପି ସହ ମେଣ୍ଟ ଭାଙ୍ଗିବାରୁ ନୀତୀଶଙ୍କ ଉପରେ ବର୍ଷିଲେ ଗିରିରାଜ

0
195

ପାଟନା: ବିହାରରେ ରାଜନୈତିକ କନ୍ଦଳ ତୀବ୍ର ‌ହେବା ସହ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ସହଯୋଗୀ ଭାରତୀୟ ଜନତା ପାର୍ଟି ସହିତ ଆଠ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ମେଣ୍ଟ ଭାଙ୍ଗିଛନ୍ତି। ତେବେ ଏହି ମେଣ୍ଟକୁ ବଞ୍ଚାଇବା ପାଇଁ ବିଜେପି ଜୋରଦାର ଉଦ୍ୟମ କରିଥିଲା। ହେଲେ ଶେଷରେ ସେ ବିଜେପି କଥା ନମାନି ଇସ୍ତଫା ଦେବା ସହ ବିରୋଧୀ କଂଗ୍ରେସ, ଆରଜେଡି ଓ ବାମଦଳ ସହ ଗଠବନ୍ଧନ କରିବାକୁ ପ୍ରସ୍ତୁତ ହେଉଥିବା ଚର୍ଚ୍ଚା ହେଉଛି।

ଏହି ମଧ୍ୟରେ ବିଜେପିର କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଯେ ବିଜେପି ନିଜର ଗଠବନ୍ଧନ ଧର୍ମ ନିଭାଇଛି। ହେଲେ ନୀତୀଶ ଏଭଳି ନକରି ମେଣ୍ଟ ଭାଙ୍ଗିଛନ୍ତି। ଏପରିକି ଯେତେବେଳେ ଆମର ୬୩ଜଣ ବିଧାୟକ ଥିଲେ ଏବଂ ତାଙ୍କର ୩୬ଜଣ ବିଧାୟକ ଥିଲେ, ଆମେ ତାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ଆଜି ନୀତୀଶ ଆମକୁ ଧୋକା ଦେଇ ମେଣ୍ଟ ଭାଙ୍ଗିଛନ୍ତି। ପ୍ରଧାନମନ୍ତ୍ରୀ ହେବାକୁ ନୀତୀଶଙ୍କର ଆକାଂକ୍ଷା ତାଙ୍କୁ ମେଣ୍ଟ ଭାଙ୍ଗିବାକୁ ବାଧ୍ୟ କଲା। ୩ଦଶନ୍ଧି ମଧ୍ୟରେ ସେ ଅନେକ ଥର ନିଜର ସହଯୋଗୀ ଦଳ ବଦଳାଇଛନ୍ତି।

ଏବେ ପୁଣି ପଲଟୁ ରାମ ନିଜ ସହଯୋଗୀ ଦଳକୁ ଧୋକା ଦେଇ ଇତିହାସକୁ ଦୋହରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ବିହାରରେ ଜେଡି (ୟୁ) ସହିତ ବିଜେପିର ମେଣ୍ଟ ଭାଙ୍ଗିବାକୁ ନେଇ ଦଳ ଦୁଃଖିତ ନୁହେଁ। ବିଜେପି କାହା ଆଗରେ ମୁଣ୍ଡ ନୁଆଁଇ ନାହିଁ। ଦଳ ସର୍ବଦା ନିଜ ସିଦ୍ଧାନ୍ତରେ ଅଟଳ। ବିଜେପି ଗଠବନ୍ଧନର ନିୟମ ପାଳନ କରିଛି। ଏନେଇ କେହି ବିଜେପିକୁ ଆଙ୍ଗଳି ଉଠାଇ ପାରିବେ ନାହିଁ।

Also Read  ସିନ୍ଦେ ଗୋଷ୍ଠୀକୁ ସୁପ୍ରିମକୋର୍ଟରୁ ଆଶ୍ବସ୍ଥି, ୧୧ ଜୁଲାଇ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ ହୋଇପାରିବେନି ବିଦ୍ରୋହୀ ବିଧାୟକ

LEAVE A REPLY

Please enter your comment!
Please enter your name here