ଏପ୍ରିଲ ୨୮ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା

0
372
plus-2-exam-chse-evaluation-start from june-2

ଭୁବନେଶ୍ୱର: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଅଫଲାଇନ୍‌ ମୋଡରେ ହେବ ପରୀକ୍ଷା । କଳା, ବାଣିଜ୍ୟ ଓ ବିଜ୍ଞାନର ହେବ ପରୀକ୍ଷା । ମୋଟ ୩ ଲକ୍ଷ ୨୦ ହଜାର ପିଲା ଯୁକ୍ତ ଦୁଇ ପରୀକ୍ଷା ଦେବେ । ଯୁକ୍ତ ଦୁଇ ପରୀକ୍ଷା ନେଇ ସିଏଚଏସଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ହୋଇଛି ।

ଖରାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦିନ ଗୋଟିଏ ସିଟିଂରେ ପରୀକ୍ଷା କରାଯିବ । ସକାଳ ୯ଟାରୁ ଦୈନିକ ଗୋଟିଏ ସିଟିଂ ପରୀକ୍ଷା କରାଯିବ। ମହାମାରୀ ପାଇଁ ପରୀକ୍ଷା ବ୍ୟବସ୍ଥାରେ କୋହଳ କରାଯାଇଛି । ନିଜ ଶିକ୍ଷକଙ୍କ ଦ୍ବାରା ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଦୁଇଟି ପଦ୍ଧତିରେ ହେବ ମୂଲ୍ୟାଙ୍କନ । ପ୍ରଥମ ପଦ୍ଧତି ଅନୁସାରେ ବାର୍ଷିକ ପରୀକ୍ଷାରେ ହୋଇଥିବା ପ୍ରଦର୍ଶନ ଭିତ୍ତିରେ ମାର୍କ ମିଳିବ । ଦ୍ବିତୀୟ ପଦ୍ଧତିରେ ବାର୍ଷିକ ପରୀକ୍ଷାରେ ୮୦% ଏବଂ କ୍ବାର୍ଟର ଏଣ୍ଡର ୨୦% ଅନୁସାରେ ମାର୍କ ଦିଆଯିବ ।

Also Read  ଶେଷ ହେଲା ବିଧାନସଭା ଅଧିବେଶନ, ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

LEAVE A REPLY

Please enter your comment!
Please enter your name here