ସୈନିକଙ୍କ ଛୁଟି ସମୟରେ ଆକ୍ରମଣ ଯୋଗୁଁ ମୃତ୍ୟୁ ହେଲେ କର୍ତ୍ତବ୍ୟବେଳେ ବିଚାର କରାଯିବ

0
532
ମୃତ୍ୟୁ ହେଲେ କର୍ତ୍ତବ୍ୟବେଳେ ବିଚାର କରାଯିବ
ମୃତ୍ୟୁ ହେଲେ କର୍ତ୍ତବ୍ୟବେଳେ ବିଚାର କରାଯିବ

ନୂଆଦିଲ୍ଲୀ, ୨୨ା୧୦:  ଛୁଟି ସମୟରେ କୌଣସି ସୈନିକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି | ଏହା ମୁତାବକ ଯଦି ଛୁଟିରେ ଥିବାବେଳେ କୌଣସି ସୈନିକଙ୍କୁ ଆତଙ୍କବାଦୀ, ମାଓବାଦୀମାନେ ଆକ୍ରମଣ କରି ହତ୍ୟା କରନ୍ତି, ତେବେ ଏହାକୁ ଅନ ଡ୍ୟୁଟି ଡେଥ ବା କର୍ତ୍ତବ୍ୟବେଳେ ମୃତ୍ୟୁ ଭାବେ ବିବେଚନା କରାଯିବ। ସେହି ଅନୁଯାୟୀ କ୍ଷତିପୂରଣ ପ୍ରଦାନ କରାଯିବ | ଏହି ନିର୍ଦ୍ଦେଶନାମା ତିନୋଟି ସେନା ଉପରେ ଲାଗୁ କରାଯାଇଛି।

ନିକଟରେ ଜାରି କରାଯାଇଥିବା ଆଦେଶରେ କୁହାଯାଇଛି ଯେ ଯଦି ଜଣେ ସୈନିକ ଛୁଟିରେ ତାଙ୍କ ଘରକୁ ଆସିଛନ୍ତି କିମ୍ବା ଅନ୍ୟ କୌଣସି ସ୍ଥାନକୁ ଯାଇଛନ୍ତି ଓ ଏହି ସମୟରେ ଯଦି ତାଙ୍କୁ ଆତଙ୍କବାଦୀ ହତ୍ୟା କରନ୍ତି, ତେବେ ତାଙ୍କ ମୃତ୍ୟୁକୁ ଅନ ଡ୍ୟୁଟି ଡେଥ ଭାବେ ବିବେଚନା କରାଯିବ। ଅନ ଡ୍ୟୁଟି ଡେଥ ରେ ଯେତିକି କ୍ଷତିପୂରଣ ରାଶି ମିଳିଥାଏ ତାଙ୍କ ସମ୍ପର୍କୀୟମାନେ ସମାନ କ୍ଷତିପୂରଣ ପାଇବାକୁ ଅଧିକାର ପାଇବେ |

ସୂଚନା ମୁତାବକ ବିଶେଷକରି ଯେତେବେଳେ ସାମରିକ କର୍ମଚାରୀ ଛୁଟିରେ ଥିଲେ ସେମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି। | ତେବେ କାଶ୍ମୀରରେ ଏଭଳି ଘଟଣା ଅଧିକ ଘଟିଛି। ତେଣୁ ଯଦି ଆତଙ୍କବାଦୀ ଆକ୍ରମଣରେ କୌଣସି ଯବାନଙ୍କର(ଛୁଟିରେ ଥିବା) ମୃତ୍ୟୁ ହୋଇଯାଏ, ତେବେ ସେମାନଙ୍କୁ ଅନ ଡ୍ୟୁଟି ଡେଥ ଭାବେ ବିବେଚନା କରାଯାଇ କ୍ଷତିପୂରଣ ଦିଆଯିବ | ତେବେ ଯଦି ଛୁଟିରେ ଥିବା ସୈନିକଙ୍କୁ ବ୍ୟକ୍ତିଗତ ଶତ୍ରୁତା ହେତୁ ଆକ୍ରମଣ କରାଯାଏ ଓ ତାଙ୍କର ମୃତ୍ୟୁ ହୋଇଯାଏ ତେବେ ଏହାକୁ ଅନ ଡ୍ୟୁଟି ଡେଥ ବିବେଚନା କରାଯିବ ନାହିଁ।

Also Read  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ