ନୂଆ ସଂସଦ ଭବନର ସୁଉଚ୍ଚ ଅଶୋକ ସ୍ତମ୍ଭକୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

0
443
pm-modi-unveiled-the-bronze-national-emblem-cast-on-the-roof-of-the-new-parliament-building

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଆଜି ନୂଆ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସମ୍ଭର ଉଚ୍ଚତା ରହିଛି ୨୦ ଫୁଟ୍ । ଏହାର ଓଜନ ୯୫୦୦ କେଜି । ଏହା କେବଳ ବ୍ରୋଞ୍ଚରେ ନିର୍ମାଣ କରାଯାଇଛି । ଏହାକୁ ୮ଟି ପର୍ଯ୍ୟାୟରେ ନିର୍ମାଣ କରାଯାଇଛି ।

ଅଶୋକ ସ୍ତମ୍ଭକୁ ଉନ୍ମୋଚନ କରିବା ପରେ ନୂତନ ସଂସଦ ଭବନ ନିର୍ମାଣ କାର୍ଯ୍ୟର ନୀରିକ୍ଷଣ କରିଥିଲେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ । ନୂଆ ସଂସଦ ଭବନ ଛାତ ଉପରେ ନିର୍ମିତ ହୋଇଥିବା କାଂସ୍ୟର ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଶୁଭ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଲୋକସଭା ସ୍ପିକର ଓମ ବିର୍ଲା ବି ଉପସ୍ଥିତ ଥିଲେ । ଶୀତକାଳୀନ ଅଧିବେସନ ସୁଦ୍ଧା ନୂଆ ସଂସଦ ଭବନର କାର୍ଯ୍ୟ ଶେଷ ହେବ ବୋଲି ବିର୍ଲା କହିଥିଲେ ।

Also Read  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ପ୍ରଧାନ ବିଚାରପତିଙ୍କ ନିର୍ଦ୍ଦେଶ ନହେଲେ ଶୁଣାଣି ପାଇଁ ମନାକଲେ ଖଣ୍ଡପୀଠ