ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍, ମୃତ ଘୋଷଣା କଲେ ଡାକ୍ତର

0
366
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଭଦ୍ରକ: ପାଟ୍ରୋଲିଂ କରୁଥିବା ସମୟରେ ପୋଲିସ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଚିଙ୍ଗୁଡିପୁର ଛକ ନିକଟରେ ଏହି ଘଟଣା ଘଟିଛି । ମୃତକ ହେଲେ ଏସପିଓ ସୁଜିତ ପାଣ୍ଡବ। ସେ ଭଦ୍ରକ ଜିଲ୍ଲା ଚରମ୍ପାର ବାସିନ୍ଦା ।ତାଙ୍କୁ ୪୦ ବର୍ଷ ହୋଇଥିଲା। ଆଜି ଭୋରରେ ୧୬ ନମ୍ବର ଜାତୀୟ ରାଜପଥ ଚିଙ୍ଗୁଡିପୁର ଛକ ନିକଟରେ ହଠାତ ରାସ୍ତା ଜାମ ହୋଇଯାଇଥିଲା। ଏହି ସମୟରେ ଜାତୀୟ ରାଜପଥରେ ପାଟ୍ରୋଲିଂ ଦାୟିତ୍ୱରେ ଥିବା ସୁଜିତ ରାସ୍ତା କ୍ଲିୟର କରୁଥିଲେ। ଏହି ସମୟରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଆସି ତାଙ୍କ ଉପରେ ମାଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ହେଲେ କଟକ ନେବା ବାଟର ତାଙ୍କର ମୃତ୍ୟୁ ହୋଇଥିଲା। ସୁଜିତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଟ୍ରକକୁ ଜବତ କରିଛି ପୋଲିସ ।

Also Read  International Conference on Library Science in KIIT