ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ, ୫୪,୦୦୦ ଭୋଟ୍‌ରେ ଚମ୍ପାୱତ୍ ଉପନିର୍ବାଚନ ଜିତିଲେ ଧାମୀ

0
361
pushkar-singh-dhami-wins champawat-bypoll

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ଐତିହାସିକ ବିଜୟ। କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗହତୋଡ଼ଙ୍କୁ ୫୪ ହଜାରରୁ ଉର୍ଦ୍ଧ୍ଵ ଭୋଟ୍‌ରେ ମାତ୍ ଦେଇ ଚମ୍ପାବତ୍ ଉପନିର୍ବାଚନ ଜିତିଲେ ଧାମୀ। ବହୁମତ ହାସଲ କରି ମୁଖ୍ୟମନ୍ତ୍ରୀ ଧାମୀ ଉପନିର୍ବାଚନ ଜିତିଛନ୍ତି। ଏହାସହିତ ମୁଖ୍ୟମନ୍ତ୍ରୀ ପଦବୀ ବଜାୟ ରଖିବାରେ ସମର୍ଥ ହୋଇଛନ୍ତି ପୁଷ୍କର ସିଂହ ଧାମୀ । ତେବେ ଖଟିମାରୁ ନିର୍ବାଚନ ହାରିବା ପରେ ଧାମୀ ଚମ୍ପାବତରେ ପ୍ରତିଦ୍ଵନ୍ଦୀତା କରିଥିଲେ। ଏହି ଆସନରେ ମେ ୩୧ରେ ନିର୍ବାଚନ ହୋଇଥିଲା।

ଚମ୍ପାୱତ୍‌ ଉପନିର୍ବାଚନର ଭୋଟ୍‌ ଗଣନାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଆଗୁଆ ଥିଲେ। ସକାଳ ୯.୩୦ ସୁଦ୍ଧା ବିଜେପି ପ୍ରାର୍ଥୀ ଧାମୀ ୨୫,୦୦୦ ଭୋଟ୍‌ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥିନୀ ନିର୍ମଳା ଗାଠୋରି ୧,୩୦୦ରୁ କମ୍‌ ଭୋଟ୍‌ ପାଇଥିଲେ। ସେହିପରି ସମାଜବାଦୀ ପାର୍ଟିର ମନୋଜ କୁମାର ଭଟ୍ଟ ଏବଂ ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଗାର୍କୋତି ପ୍ରତ୍ୟେକ ୩୦୦ରୁ କମ୍‌ ଭୋଟ୍‌ ପାଇଥିଲେ।

ଆମେ କହିରଖୁ କି, ଗତ ଫେବ୍ରୁଆରି-ମାର୍ଚ ମାସରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି କ୍ଷମତା ବଜାୟ ରଖିଥିଲେ ସୁଦ୍ଧା ଖାତିମା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିଥିବା ଧାମୀ କଂଗ୍ରେସ ପ୍ରାର୍ଥୀଙ୍କ ନିକଟରେ ପରାସ୍ତ ହୋଇଥିଲେ। କିନ୍ତୁ, କ୍ଷମତାସୀନ ବିଜେପି ଗତ ମାର୍ଚ ମାସରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲା। ସେତେବେଳେ ସେ କଂଗ୍ରେସ ପ୍ରାର୍ଥୀ ଭୁବନଚନ୍ଦ୍ର କାପ୍ରିଙ୍କଠାରୁ ୬,୫୭୯ ଭୋଟ୍‌ରେ ପରାସ୍ତ ହୋଇଥିଲେ।

Also Read  Bridge over the Jakhan River in Dehradun collapsed due to heavy rain