ଆଜି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି: ଦେଶକୁ ମିଳିବେ ପଞ୍ଚଦଶ ରାଷ୍ଟ୍ରପତି

0
316
president-election date announced

ନୂଆଦିଲ୍ଲୀ: ଦେଶର କିଏ ହେବେ ପଞ୍ଚଦଶ ରାଷ୍ଟ୍ରପତି, ତାହା ଆଜି ଜଣାପଡ଼ିବ । ଆଜି ହେଉଛି ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି। ଗତ ୧୮ ତାରିଖରେ ପଞ୍ଚଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ଆଜି ଦିନ ୧୧ଟା ବେଳେ ସଂସଦ ଭବନର ୬୩ ନଂ ରୁମ୍‌ରେ ଭୋଟ୍ ଗଣତି ଆରମ୍ଭ ହେବ ।

ପ୍ରଥମେ ସାଂସଦଙ୍କ ଭୋଟ୍‌ ଓ ୧୦ଟି ରାଜ୍ୟର ବର୍ଣ୍ଣମାଳା କ୍ରମରେ ଭୋଟ୍‌ ଗଣନା କରାଯିବ । ଏହାପରେ ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପି. ସି. ମୁଡି ଗଣତିର ଟ୍ରେଣ୍ଟ ନେଇ ଗଣମାଧ୍ୟମକୁ ସୂଚନା ଦେବେ । ପରେ ବାକି ୨୦ ରାଜ୍ୟର ଭୋଟ୍‌ ଗଣତି କରାଯିବ । ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ କିଏ ହେବେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି । ବର୍ତ୍ତମାନର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଆସନ୍ତା ୨୪ ତାରିଖରେ ଶେଷ ହେଉଛି । ୨୫ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।

Also Read  ଦେଶୀ ବନ୍ଧୁକ ସହ ମାଓବାଦୀ ଗିରଫ