୨୦୨୨ ମାଟ୍ରିକ୍‌ ପରୀକ୍ଷାରେ ୪୪,୨୪୫ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ: ଗଣଶିକ୍ଷା ମନ୍ତ୍ରୀ

0
470
Odisha Assembly Speaker And Two Ministers Resign
Odisha Assembly Speaker And Two Ministers Resign

ଭୁବନେଶ୍ବର : ଚଳିତ ବର୍ଷ (୨୦୨୨) ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଲିଖିତ ଉତ୍ତରରେ ଏହା କହିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ଏ ବିଷୟରେ କହିଛନ୍ତି ଯେ, ତଦନ୍ତ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ସରକାର ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲାୱାରୀ ତାଲିକା ଦେଇଛନ୍ତି।

ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାରେ କେଉଁ ଜିଲ୍ଲାରୁ କେତେ ଜଣ ପିଲା ଅନୁପସ୍ଥିତ ଥିଲେ, ସେନେଇ ତାଲିକା ପ୍ରକାଶ ପାଇଛି। ଏହିି ତାଲିକାରେ ମୟୁରଭଞ୍ଜ ଜିଲ୍ଲା ଶୀର୍ଷରେ ରହିଛି। ମୟୂରଭଂଜରେ ୪୪୬୨ ଜଣ ପିଲା ଅନୁପସ୍ଥିତ ଥିଲେ ବୋଲି ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା, ଯେଉଁଠି ୩୨୭୩ ପିଲା ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ।

ସୂଚନାଯୋଗ୍ୟ, ଚଳିତବର୍ଷ ମାଟ୍ରିକ୍‌ ପରୀକ୍ଷାରେ ୪୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ। ଏହି ଛାତ୍ରଛାତ୍ରୀମାନେ ଫର୍ମ ଫିଲପ୍‌ କରିଥିବା ବେଳେ ପରୀକ୍ଷା ଦେଇ ନଥିଲେ। ଏତେ ସଂଖ୍ୟକ ଛାତ୍ରଛାତ୍ରୀ ପରୀକ୍ଷା ନ ଦେବା ଓଡ଼ିଶା ମାଧ୍ୟମିକ ଶିକ୍ଷା ବ୍ୟବସ୍ଥା ପ୍ରତି ଜନସାଧାରଣ ଓ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଚର୍ଚ୍ଚା ହୋଇଥିଲା ଯେ, ଅନେକ ପିଲା ନିଜେ ବି ଜାଣି ନଥିଲେ ତାଙ୍କର ଫର୍ମ ଫିଲପ୍‌ କିଏ କରିଥିଲା, ଯାହାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

Also Read  ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ