ବିବାହ ପ୍ରସେସନରେ ନାଚିବାକୁ ବାରଣ କରିବାରୁ କନ୍ୟା ମାଆଙ୍କୁ ହତ୍ୟାକଲେ ବରପକ୍ଷ

0
159
Boy Friend Murders An Odia Girl In Surat For Pressurizing Marriage
Boy Friend Murders An Odia Girl In Surat For Pressurizing Marriage

ବରଗଡ଼: ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ସାଲେପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଝିଅ ବାହାଘର ଚାଲିଥିବା ସମୟରେ ମା’ଙ୍କୁ ନିର୍ମମ ହତ୍ୟା କରାଯାଇଥିବା ଅଭିଯୋଗ । ମୃତ ମହିଳା ହେଲେ ଆଶାକର୍ମୀ କିଶୋରୀ ତାଣ୍ଡି । ନାଚଗୀତକୁ ନେଇ ବର ଯାତ୍ରୀଙ୍କ ସହ ଗାଁର ୨ ଯୁବକଙ୍କ ପାଟିତୁଣ୍ଡ ହୋଇଥିବା ବେଳେ ବୁଝାଶୁଝା କରିବାକୁ ଯାଇ ବଳି ପଡ଼ିଗଲେ କନିଆ ମା’ । ଝିଅ ବାହାଘର ଦେଖିବା ପୂର୍ବରୁ ବୁଜିଦେଲେ ଆଖି । ହସଖୁସି ତଥା କୋଳାହଳରେ ଫାଟି ପଡ଼ୁଥିବା ପରିବେଶରେ ହଠାତ୍‌ ଛାଇଗଲା ଅସମ୍ଭବ ନୀରବତା।

ସୂଚନା ଅନୁସାରେ, ରାତ୍ରି ୧୨ଟା ସମୟରେ ଝିଅ ଘରକୁ ବର ବରଯାତ୍ରୀ ଆସିଥିଲେ । ତେବେ ବରଯାତ୍ରୀଙ୍କ ଅନେକ ମଦ ନିଶାରେ ଥିଲେ । ପରେ ଏହାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହି ସମୟରେ ଝିଅ ପକ୍ଷରୁ ଜଣେ ବ୍ୟକ୍ତି ଏକ ଟାଙ୍ଗିଆ ନେଇ ବରାଯାତ୍ରୀଙ୍କୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ଝିଅର ମାଆ ଅଟକେଇବାକୁ ଆସି ଆକ୍ରମଣର ଶୀକାର ହୋଇଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ୨ଜଣଙ୍କୁ ଥାନାକୁ ଆଣି ଏ ନେଇ ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ପଦ୍ମପୁର ଏସଡିପିଓ । ମହିଳାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Also Read  ମନ୍ତ୍ରୀ ଅଜୟ ମିଶ୍ର ଅପରାଧୀ କହି ସଂସଦରେ ରାହୁଲ୍‌ଙ୍କ ପ୍ରତିବାଦ

LEAVE A REPLY

Please enter your comment!
Please enter your name here