ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ସୁବାସ ସିଂ ପଦ ଛାଡିବା ପରେ ହେବ ଉପନିର୍ବାଚନ । ଜୁନ୍ ୧୩ ତାରିଖରେ ହେବ ଉପନିର୍ବାଚନ । ମେ ୨୬ରେ ବିଧିବଦ୍ଧ ଭାବେ ପ୍ରକାଶ ପାଇବ ବିଜ୍ଞପ୍ତି । ଉପନିର୍ବାଚନ ପାଇଁ ମେ ୨୬ରୁ ଜୁନ୍ ୨ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା ।
ଜୁନ୍ ୩ରେ ପ୍ରାର୍ଥୀପତ୍ର ଯାଞ୍ଚ ସହ ଜୁନ୍ 6ରେ ହେବ ପ୍ରାର୍ଥୀପତ୍ର ପ୍ରତ୍ୟାହାର । ୧୩ ତାରିଖ ସକାଳ ୯ରୁ ଅପରାହ୍ନ ୪ଟା ଯାଏ ଭୋଟ ଗ୍ରହଣ ହେବ । ଅପରାହ୍ନ ୫ଟାରେ ହେବ ଗଣତି । ୧୭ଜୁନ୍ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ରହିଛି ।
ନବ ନିର୍ବାଚିତ କଟକ ମେୟର ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିପଡିଥିଲା ଆସନ । ୨୧ ଏପ୍ରିଲରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ସୁବାସ ସିଂ । ୨ଏପ୍ରିଲ ୨୦୨୬ ଯାଏ ଥିଲା ସୁବାସ ସିଂଙ୍କ କାର୍ଯ୍ୟକାଳ ।ଜୁନ ୧୩ରେ ଏହି ଗୋଟିଏ ଆସନରେ ହେବ ଉପନିର୍ବାଚନ । ଓଡ଼ିଶାରୁ ଖାଲି ହେଲା ୪ ରାଜ୍ୟସଭା ଆସନ । ଗତକାଲି 3ଟି ଆସନ ପାଇଁ ଆସିଥିଲା ବିଜ୍ଞପ୍ତି । ୩ଟି ଆସନ ପାଇଁ ଜୁନ୍ ୧୦ରେ ହେବ ନିର୍ବାଚନ ।