ବଦଳିବ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନକ୍ସା

0
409
champak-dwadas-rituals-in-srimandira

ପୁରୀ : ବଦଳିବ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ପରିକ୍ରମା ମାର୍ଗ ନକ୍ସା। ୧୦୦ ମିଟର ନିଷିଦ୍ଧାଞ୍ଚଳ ବାହାରେ ନିର୍ମାଣ କରାଯିବ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା ପ୍ରକୋଷ୍ଠ। ଏନେଇ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ମହାନିର୍ଦେଶିକାଙ୍କ ପରାମର୍ଶକୁ ଗ୍ରହଣ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ତଥା ସଂସ୍କୃତି ପରାମର୍ଶଦାତା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହାଛଡ଼ା ପରିକ୍ରମା ମାର୍ଗ ନିର୍ମାଣ ସମୟରେ ଆଧ୍ୟାତ୍ମିକ ପରିବେଶ ଯେପରି ଅକ୍ଷୁର୍ଣ୍ଣ ରହେ ସେଥିପ୍ରତି ଗୁରୁତ୍ବ ଦିଆଯିବାକୁ ସ୍ଥିର କରାଯାଇଛି। ନିଷିଦ୍ଧାଞ୍ଚଳ ବାହାରେ ଅଭ୍ୟର୍ଥନା ପ୍ରକୋଷ୍ଠ ନିର୍ମାଣ କରାଯିବାକୁ ବୈଠକରେ ମତ ପ୍ରକାଶ ପାଇଛି। ପରିକ୍ରମା ମାର୍ଗ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା କରାଯାଇଛି। ଅବଶିଷ୍ଟ ଜମି ଅଧିଗ୍ରହଣ ପରେ ବାହାର ରାସ୍ତା ନିର୍ମାଣ କରାଯିବ ବୋଲି ସେଥିରେ ନିଷ୍ପତ୍ତି ନିଆଯାଇଛି। ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ସମୟରେ ଶ୍ରୀମନ୍ଦିର ଉପରେ ଯେପରି ତା’ର କୌଣସି ପ୍ରଭାବ ନପଡ଼େ ସେଥିପ୍ରତି ଯତ୍ନବାନ ହେବାକୁ ଗଜପତି ମହାରାଜା ପରାମର୍ଶ ଦେଇଛନ୍ତି।

Also Read  ମର୍ମନ୍ତୁଦ ସିରିଜ୍ ଦୁର୍ଘଟଣା : କାର୍-ବୋଲେରୋ-ଅଟୋ ମୁହାଁମୁହିଁ ଧକ୍କା; ଜଣେ ମୃତ, ୧୨ ଗୁରୁତର