ରାଷ୍ଟ୍ରପତି ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା

0
502
presidential-electopn oppositionscandidate-yashwant-sinha-files-nomination

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶବନ୍ତ ସିହ୍ନା। ଆଜି ସଂସଦ ଭବନରେ ନାମାଙ୍କନ ଦାଖଲ କରିବା ସମୟରେ ଶ୍ରୀ ସିହ୍ନାଙ୍କ ପାଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, ଏନସିପି ସୁପ୍ରିମୋ ଶରଦ ପାୱାର, ଟିଏମସିର ଅଭିଷେକ ବାନାର୍ଜୀ, କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡେଗ, ସପା ମୁଖ୍ୟ ଅଖିଲେଶ ଯାଦବ ଓ ସିପିଆଇଏମର ସୀତାରାମ ୟେଚୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଯଶୱନ୍ତଙ୍କ ପଛରେ ଏକାଧିକ ବିରୋଧୀ ଦଳଙ୍କ ସମର୍ଥନ ରହିଛି । ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ ।

ଶ୍ରୀ ସିହ୍ନା ୪ ସେଟର ନାମାଙ୍କନ ପତ୍ର ରାଜ୍ୟସଭା ସଚିବ ତଥା ରାଷ୍ଟ୍ରପତି ନିର୍ବାଚନର ରିଟର୍ଣ୍ଣିଂ ଅଫିସର ପିସି ମୋଦିଙ୍କୁ ହସ୍ତାନ୍ତର କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଜୟରାମ ରମେଶ, ଡିଏମକେର ଏ ରାଜା ଓ ଏନସିର ଫାରୁକ ଅବଦୁଲ୍ଲା ମଧ୍ୟ ଉପସ୍ଥିତ ରହିଥିଲେ।

Also Read  Former Haryana CM Om Prakash Chautala dies