ନୂଆଦିଲ୍ଲୀ: ଦେଶର ପାଞ୍ଚଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ବିଧିବଦ୍ଧ ଭାବେ ସାମ୍ନାକୁ ନଆସିଥିଲେ ମଧ୍ୟ କିଏ କେଉଁ ରାଜ୍ୟରେ ସରକାର ଗଢିବା ତାହା ସ୍ପଷ୍ଟ ହୋଇସାରିଲାଣି । ଫଳାଫଳକୁ ଦେଖିଲେ ଯାହା ଜଣାପଡୁଛି ଚାରୋଟି ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଯାଉଥିବାବେଳେ ଗୋଟିଏ ରାଜ୍ୟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ । ମାତ୍ର ପାଞ୍ଚଟି ରାଜ୍ୟ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁର ବିଧାନସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛି। ତେବେ ଶୋଚନୀୟ ପରାଜୟ ପରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଅନେକ ପରିଶ୍ରମ କରିଛନ୍ତି ଦଳୀୟ ନେତା ଓ କର୍ମୀ । କିନ୍ତୁ ପରିଶ୍ରମଙ୍କୁ ଭୋଟରେ ପରିବର୍ତ୍ତନ କରିବାରେ ବିଫଳ ହେଲୁ, ଲୋକତନ୍ତ୍ରରେ ଜନମତ ସର୍ବୋପରି ବୋଲି କହି ଫଳାଫଳକୁ ସମ୍ମାନ ଦେଉଛୁ ।
Home ଓଡ଼ିଆ ରେ ପଢନ୍ତୁ ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ମୁହଁ ଖୋଲିଲେ ପ୍ରିୟଙ୍କା ଗାନ୍ଧୀ, କହିଲେ କିଛି ଏପରି….