ଭୁବନେଶ୍ୱର: ପ୍ରଫେସର ଗୀତାଞ୍ଜଳି ଦାଶଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ମିଳିଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ସେ ଦାୟିତ୍ବ ଗ୍ରହଣ କରିବା ଦିନଠୁଁ ଚାରିବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ଆଦେଶ ଯାଏଁ କୁଳପତି ପଦରେ ରହିବେ । ଗୀତାଞ୍ଜଳି ଦାଶ ହେଉଛନ୍ତି ଫକିରମୋହନ ବିଶ୍ବବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଅବସରପ୍ରାପ୍ତ ପ୍ରଫେସର । ଶିକ୍ଷାଦାନ କ୍ଷେତ୍ରରେ ପ୍ରଫେସର ଦାଶଙ୍କ ୩୬ ବର୍ଷର ଅଭିଜ୍ଞତା ରହିଛି । ଏହି ୩୬ ବର୍ଷ ଭିତରୁ ସେ ୧୨ ବର୍ଷ ପ୍ରଫେସର ରହିଥିଲେ। ପ୍ରଫେସର ଦାଶ ୫ଟି ପୁସ୍ତକ ଲେଖିଛନ୍ତି। ୪ ଜଣ ତାଙ୍କ ମାର୍ଗଦର୍ଶନରେ ପିଏଚ୍ଡି ହାସଲ କରିଥିବା ବେଳେ ୩୫ ଜଣ ଏମ୍ଫିଲ୍ କରିଥିଲେ।