ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ‘ଏଏସଆଇ ସବୁ ବଦମାସୀ କରୁଛି, ଆମେ ବିକାଶକୁ ସମର୍ଥନ କରୁଛୁ’- ପୁରୀ ବିଧାୟକ

0
330
puri-mla-jayant-sarangi-on-puri shree Mandir parikrama-project

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଏଏସଆଇକୁ ଟାର୍ଗେଟ କରିଛନ୍ତି ପୁରୀ ବିଧାୟକ । ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି କି, ଏଏସଆଇ ସବୁ ଜାଣିଛି, କାମ ହେଉଛି । ଏଏସଆଇ ହିଁ ବଦମାସୀ କରୁଛି । ବିକାଶ ହେଉଛି, ରାଜନୀତି ନହେଉ । ଏଏସଆଇ ଜାଣତରେ ପୁରୀ ଶ୍ରୀମନ୍ଦିର ନିକଟରେ ଚାଲୁଥିବା କାମ ଚାଲୁଥିବା ବେଳେ ଏଏସଆଇ କିନ୍ତୁ ଦେଇନି ଅନୁମତି। ସବୁ ରାଜନୈତିକ ଦଳ ବିକାଶକୁ ସମର୍ଥନ କରୁଛନ୍ତି। ହେଲେ ଏଏସଆଇ ଅନୁମତି ନ ଥିବାରୁ ବାହାରୁଛି କେଁ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମନ୍ଦିର ନିକଟରେ କୌଣସି ବଡ଼ ନିର୍ମାଣ କାମ ହେଉନି। ପ୍ରଶାସନ ପକ୍ଷରୁ ଯାହା ସାଇନ ବୋର୍ଡରେ ଲେଖା ଯାଇଛି, ସେଇ କାମ ହେଉଛି। ମାତ୍ର ସ୍ଥାୟୀ କାମ ହେଉଥିବାରୁ ୩୦ ଫୁଟର ଗାତ ଖୋଳା ଯାଉଛି। ପୁରୀ ଏକ ବାତ୍ୟା ପ୍ରଭାବିତ ଜିଲ୍ଲା ହୋଇଥିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଏଏସଆଇ ରାଜ୍ୟ ମୁଖ୍ୟଙ୍କ ଜାଣତରେ ସବୁ ହେଉଛି। ମାତ୍ର କାଗଜପତ୍ର ନ ଥିବାରୁ ତାହାକୁ ବେଆଇନ କୁହାଯାଉଛି। ଏଏସଆଇ ସବୁ ଜାଣିବି ଅନୁମତି ଦେଇ ନ ଥିବାରୁ ଏଏସଆଇ ହିଁ ବଦମାସ ବୋଲି କହିଛନ୍ତି ବିଧାୟକ ଷଡଙ୍ଗୀ।

Also Read  Odisha registers 649 fresh Covid Positive Cases and 6 deaths