ବାସ୍ତୁ ଟିପ୍ସ: ଆର୍ଥିକ ସମସ୍ୟା ଦୂର କରିବା ପାଇଁ ଘରର ଏହି ଦିଗରେ ଲଗାନ୍ତୁ ମନି ପ୍ଲାଣ୍ଟ

0
131
put-money-plant-in-these-side-of home it-will-bring-happiness

ଘରେ ଗଛ ଲଗାଇବା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହିତ ସତେଜ ସତେଜ ମଧ୍ୟ ଲାଗେ । ବହୁ ଲୋକ ଘର ସଜାଇବା ପାଇଁ ମନି ଫ୍ଲାଣ୍ଟ ଲଗାଇଥାନ୍ତି । କୁହାଯାଏ ମନି ଫ୍ଲଣ୍ଟା ଲଗାଇବା ଦ୍ୱାରା ଘରକୁ ସୁଖ ସମ୍ବୃଦ୍ଧି ଆସିଥାଏ । ତେବେ ଆପଣ ଏହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଲଗାଇଲେ ଆପଣଙ୍କୁ ଐଶ୍ୱର୍ଯ୍ୟପ୍ରାପ୍ତି ହୋଇଥାଏ । ବାସ୍ତୁଶାସ୍ତ୍ରୀଙ୍କ କହିବା ଅନୁଯାୟୀ ମନି ଫ୍ଲାଣ୍ଟ ଗଛ ଯେତେ ବଢେ଼ ସେହି ଅନୁସାରେ ଘରେ ଆର୍ଥିକ ଉନ୍ନତି ଘଟେ । କିନ୍ତୁ ଏହାକୁ ଯଦି ଠିକ୍ ଦିଗରେ ଲଗାଯାଏ ତେବେ ଆପଣଙ୍କୁ ଭିକାରି ମଧ୍ୟ କରିଦିଏ ।

ମନି ଫ୍ଲାଣ୍ଟକୁ ଦକ୍ଷିଣ ଦିଗରେ ଲଗାଇବା ଭଲ ହୋଇଥାଏ । କିନ୍ତୁ ଦକ୍ଷିଣ ପୂର୍ବ ଦିଗରେ ଏହାକୁ ଲଗାଇଲେ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଘରେ ଦେଖିଦେବା ଉଚିତ୍ ଆପଣ ମନି ଫ୍ଲାଣ୍ଟ କେଉଁ ଦିଗରେ ଲଗାଇଛନ୍ତି । ମନି ଫ୍ଲାଣ୍ଟକୁ ଘର ଭିତରେ ଲଗାଇବା ଦରକାର । ଗୁଡ୍ ଲକ୍ ପାଇଁ ଆପଣ ସବୁଜ ରଙ୍ଗର ବୋତଲରେ ଏହାକୁ ଘର ଭିତରେ ଲଗାଇବେ ଓ ଏଥିରେ ପାଣି ଭରିକି ରଖିବେ ।

ପ୍ରତି ସପ୍ତାହରେ ଥରେ ଉକ୍ତ ପାଣିକୁ ବଦଳାଇବାକୁ ଭୁଲିବେ ନାହିଁ । ଏହା ବାସ୍ତୁ ହିସାବରେ ଭଲ ଓ ଗଛ ମଧ୍ୟ ଭଲ ବଢେ଼ । ମନି ଫ୍ଲାଣ୍ଟ କେବଳ ଘରକୁ ସମ୍ବୃଦ୍ଧି ଆଣି ନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । ଏହାକୁ ଆପଣ ୱାଇଫାଇର ରାଉଟର ପାଖରେ ଲଗାଇ ପାରିବେ । ଏହା କରିବା ଦ୍ୱାରା ରେଡିଏସନ କମ୍ ରୁହେ ।

Also Read  ନନ୍ ଆଟ୍ ରିସ୍କ ଦେଶରୁ ଫେରିଛନ୍ତି ୨ ଓମିକ୍ରନ୍‌ ଆକ୍ରାନ୍ତ : କଣ୍ଟାକ୍ଟରେ ୨୧ ଜଣ

LEAVE A REPLY

Please enter your comment!
Please enter your name here