ଜେଲେନସ୍କିଙ୍କୁ ଡେଟ୍ କରୁଛନ୍ତି ପୁଟିନଙ୍କ ସାନ ଝିଅ

0
177

ପୁଟିନଙ୍କୁ ବ୍ଲଡ କ୍ୟାନ୍ସର ଖବର ଆସିବା ପରେ ବିରୋଧୀଙ୍କ ମେଳିରେ ଚର୍ଚ୍ଚା ଜୋର ଧରିଥିଲା । ଏବେ ଆସିଛି ଆଉ ଏକ ରହସ୍ୟମୟ ଖବର । ଯାହାର ସତ ଜାଣିଲେ ନିଜେ ପୁଟିନ୍ ବି ଚିଡ଼ିଯିବେ । ଚିଡ଼ିବା ତ ସ୍ୱାଭାବିକ । ଖବରଟି ଯେତେବେଳେ ତାଙ୍କ ସାନ ଝିଅର! ଖବର ଟି ହେଉଛି, ପୁଟିନଙ୍କ ଝିଅ କେଟେରିନା ଜେଲେନସ୍କିଙ୍କୁ ଡେଟ୍ କରୁଛନ୍ତି । ଆଉ ଦୁହେଁ ଏହି ସଂପର୍କକୁ ଲୁଚାଇବାକୁ ସେମାନେ ଜର୍ମାନୀର ଏକ ଆଲିଶାନ୍ ବଙ୍ଗଳାରେ ରହୁଛନ୍ତି ।

ଜର୍ମାନ ମାଗାଜିନ୍ ଡେର ସ୍ପିଜେଲ ଏହି ଖବର ପ୍ରକାଶ କରିଛି । ୩୫ ବର୍ଷୀୟା କେଟେରିନା ତାଙ୍କ ଦୁଇ ବର୍ଷର ଝିଅକୁ ନେଇ ପ୍ରଫେସନାଲ ଡ୍ୟାନ୍ସ ପାର୍ଟନର ଇଗର ଜେଲେନସ୍କିଙ୍କ ସହ ରହୁଛନ୍ତି । ଇଗର ପୁଟିନଙ୍କ ସାନ ଝିଅକୁ ଦୀର୍ଘ ବର୍ଷ ହେଲାଣି ଡେଟ୍ କରୁଛନ୍ତି । କିନ୍ତୁ କେଟେରିନାଙ୍କ ଝିଅ ତାଙ୍କ ସନ୍ତାନ କି ନୁହେଁ କିଛି ଜଣାପଡ଼ିନି । ଜର୍ମାନୀକୁ ବାରମ୍ବାର ଫ୍ଲାଇଟ ଯାତ୍ରା କରିବା କେଟେରିନାଙ୍କ ଲୁଚା ସଂପର୍କର ସ୍ପଷ୍ଟ ପ୍ରମାଣ ବୋଲି ଜର୍ମାନ ମିଡ଼ିଆରେ ଖବର ପ୍ରକାଶ ପାଉଛି ।

Also Read  ରାଜ୍ୟରେ ପୁଣି ଚିହ୍ନଟ ହେଲେ ଓମିକ୍ରନ ଆକ୍ରାନ୍ତ : ୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

LEAVE A REPLY

Please enter your comment!
Please enter your name here