ନ୍ୟାସନାଲ ହେରାଲ୍ଡ ମାମଲାରେ ମୋଦି ସରକାରଙ୍କୁ ରାହୁଲ ଗାନ୍ଧିଙ୍କ ଖୋଲା ଚ୍ୟାଲେଞ୍ଜ

0
333
Rahul Gandhi

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡିର ଲଗାତାର କାର୍ଯ୍ୟକଳାପକୁ ନେଇ କଂଗ୍ରେସ କ୍ଷୁବ୍ଧ ହୋଇଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ଠାରୁ ଅନେକ ଥର ରାଉଣ୍ଡ ପଚରାଉଚରା ପରେ ବୁଧବାର ନ୍ୟାସନାଲ ହେରାଲ୍ଡ ବିଲଡିଂରେ ୟଙ୍ଗ ଇଣ୍ଡିଆର କାର୍ଯ୍ୟାଳୟକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସିଲ୍ କରିଛି। ଏସବୁ ପରେ ଗୁରୁବାର ଦିନ ଅର୍ଥାତ୍ ଆଜି ରାହୁଲ ଗାନ୍ଧୀଙ୍କ ଅନ୍ଦାଜ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ସେ ଖୁବ୍ ରାଗରେ ଥିବାର ଦେଖିବାକୁ ମିଳିଥିଲେ। ଗଣମାଧ୍ୟମ ସାମ୍ନାରେ ମୋଦି ସରକାରଙ୍କୁ ରାହୁଲ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ଆମେ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନାହୁଁ, ସେ ଯାହା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ। ଆମ ଉପରେ ଚାପ ପକାଇ ଆମ ସ୍ୱରକୁ ଚାପି ଦିଆଯାଉଛି। ଗଣତନ୍ତ୍ର ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା କାର୍ଯ୍ୟ କରୁଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ଗଣମାଧ୍ୟମ ଆଗରେ ମୋଦି ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଏବଂ କହିଛନ୍ତି ଯେ ଆମେ ନରେନ୍ଦ୍ର ମୋଦୀଙ୍କୁ ଭୟ କରୁନାହୁଁ, ସେ ଯାହା କରିବାକୁ ଚାହୁଁଛନ୍ତି ତାହା କରନ୍ତୁ। ଆମ ଉପରେ ଚାପ ପକାଇ ଆମ ସ୍ୱରକୁ ଚାପି ଦିଆଯାଉଛି। ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ଆମେ ଗଣତନ୍ତ୍ରର ରକ୍ଷା ଜାରି ରଖିଥିବୁ। ଗଣତନ୍ତ୍ର ବିରୋଧରେ ମୋଦି ଏବଂ ଶାହା କାର୍ଯ୍ୟ କରୁଛନ୍ତି। ସେ ଆମକୁ ଭୟଭୀତ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଭାବନ୍ତି ଯେ ଆମ ଉପରେ ଟିକେ ଚାପ ପକାଇ ସେମାନେ ଆମକୁ ନୀରବ କରିବେ, କିନ୍ତୁ ଆମେ ଚୁପ୍ ରହିବୁନି।

Also Read  ରଥଯାତ୍ରାକୁ "ସମ୍ପୂର୍ଣ୍ଣ ଅଘଟଣମୁକ୍ତ" କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ