ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍

0
133
raid-in-the-house-of-the-former-us president-donald-trump

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ୍‌ । ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ ବା FBI ପକ୍ଷରୁ ଚାଲିଛି ରେଡ୍‌ । ଫ୍ଲୋରିଡା ସ୍ଥିତ ଘର, ଫାର୍ମ ହାଉସ୍‌ ଓ ରିସୋର୍ଟରେ ରେଡ୍‌ କରାଯାଉଛି । ହ୍ଵାଇଟ ହାଉସ୍‌ରୁ କାଗଜପତ୍ର ନେଇଥିବା ଅଭିଯୋଗରେ ରେଡ୍‌ କରାଯାଉଛି । ଫ୍ଲୋରିଡା ସ୍ଥିତ ପାମ ବିଚ୍‌ରେ ଥିବା ମୋ ସୁନ୍ଦର ଘର ମାର-ଏ-ଲାଗୋରେ ରେଡ କରୁଛି FBI ବୋଲି କହିଛନ୍ତି ଟ୍ରମ୍ପ। ତାଙ୍କୁ ନଜଣାଇ ରେଡ୍‌ କରାଯାଇଥିବା ସେ ଅଭିଯୋଗ ଆଣିଛନ୍ତି। ଏହା ଆମେରିକା ପାଇଁ କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ରେଡ୍‌ କରାଯାଉଛି। ୨୦୨୪ ର୍ନିବାଚନ ନ ଲଢିବାକୁ ଏପରି ଷଡ଼ଯନ୍ତ୍ର କରାଯାଉଥିବା କହିଛନ୍ତି ଟ୍ରମ୍ପ। ଏହା ସହ ଟ୍ରମ୍ପ କହିଛନ୍ତି, ଏହା ଆମେରିକା ପାଇଁ କଳା ଦିନ । ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ସହ ଏପରି ପୂର୍ବରୁ କେବେ ହୋଇନଥିଲା । ସେ ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରୁଥିଲେ ମଧ୍ୟ ରେଡ୍ କରାଯାଉଥିବା କହିଛନ୍ତି ।

ରାଷ୍ଟ୍ରପତି ଭବନ ଛାଡିବା ସମୟରେ ହ୍ୱାଇଟ୍ ହାଉସ୍ରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ଚଢାଉ କରାଯାଉଥିବା ଜଣାପଡ଼ିଛି । ତେବେ ଫ୍ଲୋରିଡା ଘରେ ଚଢାଉ ସମୟରେ ସେ ଘରେ ନଥିବା ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢିବାକୁ ନଦେବାକୁ ଏହି ଚଢାଉ କରାଯାଉଛି ।

Also Read  No VISAs issued to Indian IT Pros from Singapore since Jan 2016

LEAVE A REPLY

Please enter your comment!
Please enter your name here