ନିଯୁକ୍ତି କ୍ଷେତ୍ରରେ ବିରଳ ଘଟଣା: ମାତ୍ର ୧୦ ମାସର ଶିଶୁକୁ ରେଲୱେ ଚାକିରି

0
138
railways-offer-compassionate-appointment-to-10-month-old-baby-girl

ରାୟପୁର ରେଳବାଇ ବିଭାଗ ପକ୍ଷରୁ ମାତ୍ର ୧୦ ମାସର ଶିଶୁକୁ ରେଲୱେ ଚାକିରି ନିଯୁକ୍ତି ଦିଆଯିବା ଖବର ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସୂଚନା ଅନୁସାରେ, ଶିଶୁ ରାଧିକାର ବାପା ଏବଂ ମା’ ଏକ ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ରାଧିକାର ଭବିଷ୍ୟତ ସୁରକ୍ଷିତ କରିବାକୁ ରିହାବିଲିଟେସନ୍ ସ୍କିମରେ ଏହି ନିଯୁକ୍ତି ମିଳିଛି ।

ସୂଚନା ଅନୁସାରେ, ଶିଶୁଟିର ବାପା ରାଜେନ୍ଦ୍ର ଯାଦବ ଭିଲାଇରେ ରେଳବାଇରେ ପିପି ୟାର୍ଡରେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ । ସେଠାରେ ପତ୍ନୀ ଓ ଝିଅ ସହ ରେଲୱେ କ୍ଵାର୍ଟରରେ ରହୁଥିଲେ । ତେବେ ସେ ଗତ ଜୁନ୍ ୧ତାରିଖ ଦିନ ମୋଟର ସାଇକେଲ ଯୋଗେ ପତ୍ନୀ ମଞ୍ଜୁଲତାଙ୍କ ସହ ଗାଁରୁ ଭିଲାଇ ଫେରୁଥିବାବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ରାଜେନ୍ଦ୍ର କୁମାର ଓ ପତ୍ନୀ ମଞ୍ଜୁ ଯାଦବଙ୍କର ମୃତ୍ୟୁ ହୋଇଥିଲା । ହେଲେ ଭଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତି ଗଲା କଅଁଳ ଜୀବନ । ଦୂରକୁ ଛିଟିକି ପଡି ବଞ୍ଚିଗଲା ରାଧିକା ।

ଯାହାଫଳରେ ଦୁର୍ଘଟଣାସ୍ଥଳରୁ ଆହତ ଅବସ୍ଥାରେ ରାଧିକାଙ୍କୁ ଉଦ୍ଧାର କରାଯାଇଥିଲା । ସବୁଠାରୁ ବଡ଼କଥା ହେଲା ଦକ୍ଷିଣପୂର୍ବ କେନ୍ଦ୍ର ରେଳ ବିଭାଗ ଘଟଣାକୁ ଗୁୁରୁତ୍ୱର ସହ ନେଇ ଏକ ସ୍ୱତନ୍ତ୍ର ବୋର୍ଡ ଦ୍ୱାରା ରେଳ ମନ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲା । ପରେ ରାଧିକାଙ୍କୁ ସହାୟତାର ହାତ ବଢାଇଲେ । ୧୦ମାସର ରାଧିକାର ଥଇଥାନ ପାଇଁ ପୁନଃବସତି ଯୋଜନାରେ ଚାକିରି ଦେବାକୁ ଗତ ଜୁଲାଇ ୪ରେ ନିଷ୍ପତି ନିଆଯାଇଛି । ରେଲୱେ ବୋର୍ଡର ଅନୁମୋଦନ ପରେ ଜୁଲାଇ ୭ତାରିଖରେ ତାଙ୍କୁ ନିଯୁକ୍ତିପତ୍ର ଦିଆଯାଇଥିଲା । ଏଥିପାଇଁ କୁନିଝିଅର ଟିପ ଚିହ୍ନ ନିଆଯାଇଥିଲା । ନିୟମ ମୁତାବକ, ରାଧିକାକୁ ୧୮ ବର୍ଷ ହେବାମାତ୍ରେ ସେ ରେଳ ବିଭାଗରେ ଚାକିରି କରିପାରିବେ ।

Also Read  Indian Railways men hockey team wins MCC Murugappa Gold Cup Hockey Tournament for the first time

LEAVE A REPLY

Please enter your comment!
Please enter your name here