ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଜୁନ ୧୦ରେ ହେବ ନିର୍ବାଚନ

0
218
official-notification-to-release-today for rajya-sabha-elections

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ୧୫ ରାଜ୍ୟର ଖାଲି ହେବାକୁ ଥିବା ୫୭ ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୫୭ ରାଜ୍ୟସଭା ଆସନ ମଧ୍ୟରୁ ଓଡ଼ିଶାର ୩ ଆସନ ପାଇଁ ହେବ ନିର୍ବାଚନ । ଏଥିମଧ୍ୟରୁ ଉତ୍ତର ପ୍ରଦେଶର ସର୍ବାଧିକ ୧୧ ଟି ଆସନ ରହିଛି । ଏନେଇ ଆସନ୍ତା ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୩୧ ମେ’ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୧ ଜୁନରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ । ସେହିଭଳି ୩ ଜୁନ୍ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବା ବେଳେ ୧୦ ଜୁନରେ ହେବ ନିର୍ବାଚନ । ସକାଳ ୯ଟାରୁ ୪ଟା ମଧ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ହେବ ଭୋଟ । ସେହିଦିନ ଅଥାର୍ତ ୧୦ ଜୁନ୍ ୫ଟା ବେଳକୁ ଫଳାଫଳ ପ୍ରକାଶ ପାଇବ ।

ଜୁଲାଇ ପହିଲାରେ ଓଡ଼ିଶାର ୩ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ତାହା ପୂର୍ବରୁ ନିର୍ବାଚନ ସରିବ । ଓଡ଼ିଶାର ଏନ୍ ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବ । ଆଉ ଫାଙ୍କା ହେବାକୁ ଥିବା ଏହି ଆସନ ପାଇଁ ଆସନ୍ତା ଜୁନ୍ ୧୦ରେ ହେବ ରାଜ୍ୟସଭା ନିର୍ବାଚନ ।

Also Read  "PagalaPremi" Sabyasachi chosen as Brand Ambassador in Odisha for the 2nd T20 World Cup Cricket for the Blind 2017

LEAVE A REPLY

Please enter your comment!
Please enter your name here