ଶ୍ରୀଲଙ୍କାର ନୂଆ କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମ ସିଂଘେ

0
174
ranil-wickremesinghe-sworn-in-as-sri-lankas-working-president

କଲମ୍ବୋ: ଶ୍ରୀଲଙ୍କାର ନୂଆ କାମଚଳା ରାଷ୍ଟ୍ରପତି ହେଲେ ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଲେ ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି । ଗତକାଲି ଗୋଟାବାୟା ରାଜପକ୍ଷ ଇସ୍ତଫା ଦେଇଥିବା ବେଳେ ଆଜି ଏହାକୁ ବିଧିବଦ୍ଧ ଘୋଷଣା କରିଥିଲେ ବାଚସ୍ପତି ମହିନ୍ଦା ୟାପା ଆବେଓ୍ୱେରଦାନା । ଗୋଟାବାୟାଙ୍କ ଇସ୍ତଫା ପରେ ଅନ୍ତରୀଣ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ । ଶ୍ରୀଲଙ୍କା ପ୍ରଧାନ ବିଚାରପତି ଜୟନ୍ତ ଜୟସୁରିୟା ରାନିଲଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ସେ ଅନ୍ତରୀଣ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ । ଜୁଲାଇ ୨୦ରେ ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନ ହେବ ।

ସୂଚନାଯୋଗ୍ୟ ଯେ, ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ଷେ ଦେଶ ଛାଡି ପ୍ରଥମେ ମାଳଦ୍ୱୀପ ପଳାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ଗୁରୁବାର ଦିନ ସିଙ୍ଗାପୁର ଅଭିମୁଖେ ବାହାରିଥିଲେ । ସେଠାରେ ସେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଦୁବାଇ ଯିବେ ବୋଲି ସୂଚନା ରହିଛି । ଗୋଟବାୟାଙ୍କ ଇସ୍ତଫା ମଞ୍ଜୁର ପରେ କିଏ ହେବ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ? ସେନେଇ ଚାଲିଥିଲା ଅଙ୍କକଷା । ଆଉ ଏବେ ଦେଶର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ । ଦେଶର କାମଚଳା ରାଷ୍ଟ୍ରପତି ଭାବେ ରାନିଲ୍‌ ବିକ୍ରମ ସିଂଘେ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଶ୍ରୀଲଙ୍କାର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ।

Also Read  ପ୍ରଚଣ୍ଡ ଗ୍ରୀଷ୍ମପ୍ରବହାରରେ ସନ୍ତୁଳି ହେଉଛି ସାରା ଓଡିଶା; ଆଜି ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

LEAVE A REPLY

Please enter your comment!
Please enter your name here