କାଉଡିଆ ଭକ୍ତ ଙ୍କ ପାଇଁ ବଡ ଖବର; ଧବଳେଶ୍ୱର ପୀଠକୁ ବାହୁଙ୍ଗି ନେବାକୁ ବାରଣ

0
173
Odisha Shiva Shrines Witness Huge Crowd On Last 'Shravana Somabar'

ଆଠଗଡ : ଆଉ ମାତ୍ର ଦୁଇ ଦିନ ପରେ ଶ୍ରାବଣ ମାସର ପ୍ରଥମ ସୋମବାର । ଚଳଚଞ୍ଚଳ ହୋଇ ଉଠିବ ଧବଳେଶ୍ୱର ପୀଠ ସହ ବିଭିନ୍ନ ଶୈବପୀଠ । ଦୁଇ ବର୍ଷ ହେବ କରୋନା ଯୋଗୁଁ କାଉଡି ଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଏଥିପାଇଁ ପ୍ରଶାସନ ଅନୁମତି ଦେଇଛି । ଧବଳେଶ୍ୱରରେ ଚଳିତ ବର୍ଷ ଲକ୍ଷାଧିକ ସଂଖ୍ୟାରେ କାଉଡିଆଙ୍କ ସମାଗମ ହେବା ଆଶଙ୍କା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏଥର କାଉଡ଼ିଆ ଭକ୍ତମାନେ ଧବଳେଶ୍ୱର ମନ୍ଦିର ଭିତରକୁ ବାହୁଙ୍ଗି ନେଇ ଯାଇପାରିବେ ନାହିଁ। ସେମାନେ କେବଳ ମାନସିକ କଳସ ଓ ଭୋଗ ନେଇ ଭିତରକୁ ଯାଇପାରିବେ। ଆଜି ଏହି ସୂଚନା ଦେଇଛନ୍ତି ଆଠଗଡ଼ ଉପ ଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ।

କାଉଡ଼ିଆ ଭକ୍ତମାନେ ଧବଳେଶ୍ୱର ମନ୍ଦିରରେ କିପରି ଶୃଙ୍ଖଳିତ ଦର୍ଶନ କରିବେ, ସେନେଇ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିବା ନେଇ କହିଛନ୍ତି ଉପ ଜିଲ୍ଲାପାଳ । ସମସ୍ତ କାଉଡ଼ିଆ ଭକ୍ତମାନେ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବେ। ସେଠାରେ ବାହୁଙ୍ଗି ରଖି କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ।

Also Read  ହିଟ୍‌ଓ୍ୱେଭ୍ ମୁକାବିଲା ଲାଗି ପରିବହନ ବିଭାଗର ମାର୍ଗଦର୍ଶିକା: ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗଡ଼ିବନି ବସ୍

LEAVE A REPLY

Please enter your comment!
Please enter your name here