ଟ୍ରେନ୍ ଭିତରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଯାତ୍ରୀଙ୍କ ଛୁରାମାଡ଼ରେ ଅନ୍ୟଜଣେ ଯାତ୍ରୀ ମୃତ

0
149
Girl Dies As A Speeding Bus Drags Her Body For 500 Meters In Odisha's Bolangir
Girl Dies As A Speeding Bus Drags Her Body For 500 Meters In Odisha's Bolangir

ଖଲ୍ଲିକୋଟ: ଚେନ୍ନାଇ-ହାୱାଡା ମେଲ ଟ୍ରେନ ଭିତରେ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ । ପରେ ଏହି ଗଣ୍ଡଗୋଳ ନେଇଛି ହତ୍ୟାର ରୂପ । ଜଣେ ଯାତ୍ରୀଙ୍କ ଛୁରା ଆକ୍ରମଣରେ ଅନ୍ୟ ଜଣେ ଯାତ୍ରୀଙ୍କ ମୃତ୍ୟୁ । ମୃତକ ଜଣକ ପ୍ରସନ୍ନଜିତ୍‌ ଗରାଇ ବୋଲି ଜଣାପଡିଛି । ଗଞ୍ଜାମ ଷ୍ଟେସନ ନିକଟରେ ତାଙ୍କୁ ଉଦ୍ଧାର କରି ଆରପିଏଫ ଛତ୍ରପୁର ମେଡିକାଲ ଆଣିଥିଲେ । ହେଲେ ସେ ମୃତ୍ୟୁବରଣ କରିଥିବା ଡାକ୍ତର ସୂଚନା ଦେଇଥିଲେ । ଅଭିଯୁକ୍ତ ରାଜୀବ ଗରାଇଙ୍କୁ ଗଞ୍ଜାମ ଥାନାରେ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି । ମୃତକଙ୍କ ଘର ପଶ୍ଚିମବଙ୍ଗର ବାହାଦୁରପୁର ବୋଲି ଜଣାପଡିଛି ।

Also Read  ସମିତି ସଭ୍ୟା ଭାବେ ନାମାଙ୍କନ ଦାଖଲ କଲେ ପୂର୍ବତନ ମନ୍ତ୍ରୀ

LEAVE A REPLY

Please enter your comment!
Please enter your name here