କଟକରେ ଚାଞ୍ଚଲ୍ୟ: ଦିନ ଦ୍ଵିପ୍ରହରରେ ଘରେ ପଶି ମହିଳାଙ୍କ ଗଳା କାଟି ହତ୍ୟା କଲେ ଦୁର୍ବୁତ୍ତ

0
66
son-killed-in-front-of-mother

କଟକ: କଟକରେ ଚାଞ୍ଚଲ୍ୟ । ଦିନ ଦ୍ବିପହରେ ଘରେ ପଶି ମହିଳାଙ୍କ ଗଳା କାଟି ହତ୍ୟା । କଟକର ଓଡ଼ିଆ ବଜାର ଅଞ୍ଚଳର କୁତାଖାଇ ଗଳିରେ ମହିଳାଙ୍କ ବେକ କାଟି ଅତି ବିଭତ୍ସ ଭାବରେ ହତ୍ୟା କରିଛନ୍ତି ଦୁର୍ବୁତ୍ତ । ଘରେ କେହି ନ ଥିବା ବେଳେ ଘରେ ପଶି ହତ୍ୟା କରିଥିବା ଜଣାଯାଇଛି। ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଅଂଚଳରେ ଏବେ ଶୋକାକୁଳ ପରିବେଶ ସ୍‌ଷ୍ଟି ହୋଇଛି ।

ମୃତକଙ୍କ ନାମ ବି.ଗୁଣବତୀ ବୋଲି ଜଣାପଡିଛି । ଗୁଣବତୀଙ୍କ ସ୍ବାମୀ ଘରେ ପହଞ୍ଚି ରକ୍ତ ଯୁଡ଼ିବୁଡୁ ଅବସ୍ଥାରେ ଦେଖି ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏବଂ କ’ଣ ପାଇଁ ଏପରି ଘଟଣା ଘଟାଇଲା ତାହା ଏବେ ବି ଅସ୍ପଷ୍ଟ ଅଛି । ସେନେଇ ପୋଲିସ ଛାନଭିନ କରୁଛି ।

Also Read  Odisha aims to achieve 20 % registration of Electric Vehicles

LEAVE A REPLY

Please enter your comment!
Please enter your name here